କଟକ ୧୬।୦୬ : ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍ଙ୍କ ମୃତ୍ୟୁ ଘଟଣା। ବଢ଼ିଲା ପ୍ରେମିକ ଭୀମସେନ ଟୁଡୁଙ୍କ ଅଡୁଆ । ଆଗକୁ ଭୀମସେନଙ୍କୁ ରିମାଣ୍ଡରେ ଆଣି ଜେରା କରିବ ବାରଙ୍ଗ ପୋଲିସ। ଏଥିପାଇଁ ସମସ୍ତ ତଥ୍ୟ ସଂଗ୍ରହ କରାଯାଇଛି। ଭୀମସେନ ଟୁଡୁ ଓ ତାଙ୍କ ନୂଆ ପ୍ରେମିକା ପୋଲିସ ସ୍କାନ୍ରେ ଅଛନ୍ତି। ଓଏଏସ୍ ପ୍ରେମିକ ଓ ଚନ୍ଦ୍ରିକାଙ୍କ ସମ୍ପର୍କରେ ମଧ୍ୟ କଣ ବିବାଦ ଥିଲା ତାର ଖିଅ ଯୋଡିବାକୁ ବାରଙ୍ଗ ପୋଲିସ ତଦନ୍ତ ଚଳାଇଛି। ଉଦଳା ସ୍ଥିତ ଚନ୍ଦ୍ରିକାଙ୍କ ଘରୁ ଡିଜିଟାଲ ତଥ୍ୟ ସଂଗ୍ରହ ହୋଇଛି। ଏନେଇ କଟକ କଟକ ଡିସିପି ଖିଲାରି ଋଷିକେଶ ଜ୍ଞାନଦେଓ ପ୍ରେସ୍ ମିଟ୍‌ରେ ସୂଚନା ଦେଇଛନ୍ତି।

ଡିସିପି ଆହୁରି ମଧ୍ୟ କହିଛନ୍ତି ଯେ, ଉଦଳାରେ ବାରଙ୍ଗ ପୁଲିସ ଚନ୍ଦ୍ରିକାଙ୍କ ମା, ଭାଇ, ସମ୍ପର୍କୀୟଙ୍କୁ ପଚରାଉଚରା କରି ଫେରିଛି । ମୃତ୍ୟୁ ପୂର୍ବରୁ ଚନ୍ଦ୍ରିକା ଓ ତାଙ୍କ ମାଆଙ୍କ ହ୍ବାଟସଆପ୍ ଚାଟ୍ ହସ୍ତଗତ ହୋଇଛି। ଅଭିଯୁକ୍ତ ଭୀମସେନ ବାବଦରେ ମାଆ, ଝିଅଙ୍କ ମଧ୍ୟରେ ଚାଟିଂ ହୋଇଥିଲା। ଆଇନଗତ ପଦକ୍ଷେପ ନଚେତ କିଛି ବଡ଼ ପଦକ୍ଷେପ ନେବି ବୋଲି ଚନ୍ଦ୍ରିକା ଲେଖିଥିଲେ । ମୁଁ ଯଦି କିଛି ପଦକ୍ଷେପ ନେଉଛି ତାହେଲେ ତମେ ପୁରୁଷ ବନ୍ଧୁ ଭୀମସେନ ବିରୋଧରେ କେସ ଦେବାକୁ ଚନ୍ଦ୍ରିକା ମାଙ୍କୁ ମେସେଜ କରିଥିଲେ। ପୁଲିସ ଦୁଇ ଜଣଙ୍କ ମୋବାଇଲ ଜବତ କରିଛି। ସେହିଭଳି ଭୀମସେନ ଓ ଚନ୍ଦ୍ରିକାଙ୍କ ମାଆ ମଧ୍ୟରେ ବାର୍ତ୍ତାଳପ ଅଡିଓ ମଧ୍ୟ ମିଳିଛି । ଏହି ଡିଜିଟାଲ୍ ତଥ୍ୟକୁ ପ୍ରମାଣ ଭାବେ ବିବେଚନା କରାଯିବ । ଭୀମସେନକୁ ରିମାଣ୍ଡରେ ଆଣି ପଚରା ଉଚରା କରାଯିବ। ଚନ୍ଦ୍ରିକା ଭୁବନେଶ୍ୱର ଆସି କାହା ପାଖେ ରହୁଥିଲେ ସେ ସବୁ ଦିଗରେ ତଦନ୍ତ କରାଯାଉଛି।

Also Read:-ଲୋକସେବା ଭବନରେ ବଡ଼ ବୈଠକ, ନିଟ୍ ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ନେଇ ଆଲୋଚନା