ଭୁବନେଶ୍ୱର ୧୬।୦୬ : ଲୋକସେବା ଭବନରେ ବଡ଼ ବୈଠକ । ନିଟ୍ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଲୋକସେବା ଭବନରେ ବଡ ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ରହିଛନ୍ତି ।

ତେବେ ଏହି ବୈଠକରେ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା । ଛାତ୍ରଛାତ୍ରୀଙ୍କ ଯିବା ଆସିବା ପାଇଁ ବସ୍ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି, କଣ ବ୍ୟବସ୍ଥା ହୋଇଛି ଜିଲ୍ଲାପାଳମାନଙ୍କ ଠାରୁ । ସୁପର ଭାଇଜର, ପୋଲିସ, ମାଜିଷ୍ଟ୍ରେଟ ଠିକ ସମୟରେ ପହଞ୍ଚିବେ, ଯାହାକୁ ଯାହା ଦାୟିତ୍ୱ ଦିଆଯାଇଛି ସଠିକ ଭାବେ ନିର୍ବାହ କରିବାକୁ ନିର୍ଦ୍ଦେଶ । କୌଣସି ତ୍ରୁଟିକୁ ବରଦାସ୍ତ କରାଯିବ ନାହିଁ । ସେଣ୍ଟରକୁ ସାନିଟାଇଜ କରାଯିବ। ଯୋଗ ଦିବସ କାର୍ଯ୍ୟକ୍ରମ ୮ଟା ସୁଦ୍ଧା ସାରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ। ସେଣ୍ଟରରେ ମେଡିକାଲ ସୁବିଧା, ପାଣି ସୁବିଧା ନିଶ୍ଚିତ କରାଇବାକୁ ନିର୍ଦ୍ଦେଶ।

Also Read:-Odisha Monsoon Update: ଆରବ ସାଗରରୁ ଆସିବ ଷ୍ଟ୍ରଙ୍ଗ ଓ୍ୱିଣ୍ଡ୍, ଜୁନ୍ ୨୦ରୁ ବଢ଼ିବ ବର୍ଷାର ପରିମାଣ