ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଲିଙ୍ଗରାଜ ଥାନା ଅନ୍ତର୍ଗତ ଗାୟତ୍ରୀ ବସ୍ତିରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା କରାଯାଇଛି। ମୃତ ଯୁବକଜଣକ ହେଲେ ଜିତୁ କାଣ୍ଡି। ମିଳିଥିବା ସୂଚନା ମୁତାବକ, ଗୁରୁବାର ମଧ୍ୟରାତ୍ରିରେ ଜିତୁ ଗାୟତ୍ରୀ ବସ୍ତିର କିଛି ଯୁବକଙ୍କ ସହ ମିଶି ମଦ୍ୟପାନ କରୁଥିଲେ। ତେବେ ମଦ୍ୟପାନ ସମୟରେ କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା। ଶେଷରେ ଉଗ୍ରରୂପ ନେଇଥିଲା।

ଅଭିଯୁକ୍ତମାନେ ଉତ୍ତ୍ୟକ୍ତ ହୋଇ ଜିତୁଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରିବା ସହ ପିଟି ପିଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣାର ଖବର ପାଇ ଲିଙ୍ଗରାଜ ଥାନା ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ସପୋର୍ଟ ସହ ତୁରନ୍ତ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ବିଭିନ୍ନ ନମୁନା ଓ ପ୍ରମାଣ ସଂଗ୍ରହ କରିଛି।

also read- ପ୍ରେମିକାକୁ ଧରି ଫେରାର ହୋଇଗଲା ପାର୍ଲର କର୍ମଚାରୀ, ସାଙ୍ଗକୁ ଉତ୍ତମମଧ୍ୟମ ଦେଲେ ଝିଅର ପରିବାର ଲୋକେ !

ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସମ୍ପୃକ୍ତ ଥିବା ୩ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ହତ୍ୟାକାଣ୍ଡ ପଛର ଅସଲ କାରଣ କ’ଣ ? ପୂର୍ବ ଶତ୍ରୁତା ନା କେବଳ ଯୁକ୍ତିତର୍କ। ଏନେଇ ପୋଲିସ ପ୍ରାଥମିକ ତଦନ୍ତ ଚଳାଇଛି। ରାଜଧାନୀର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏଭଳି ଜଘନ୍ୟ କାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।