ଭୁବନେଶ୍ୱର : ଦର ବଢିଲା, ଚିନ୍ତା ଦୁଇଗୁଣା ହେଲା। ଥରେ ରୋଷେଇରେ ଦୁଇ ବେଳା ଖାଇବା । ହାଟରୁ ଗଳିକନ୍ଦି... ସବୁଠି ପରିବାର ଆଗରେ ଦାମ୍ ଚଢ଼ା । ଭୁବନେଶ୍ୱରରେ ପରିବାର ଚଢ଼ା ଦାମ୍ ହାଟ ଅପେକ୍ଷା ଗଳିକନ୍ଦି ପରିବା ଦୋକାନରୁ ସ୍ପଷ୍ଟ ଭାବେ ଜଣା ପଡ଼ିଛି। ସବୁ ପରିବାର ଦର ୯୦ ଉପରେ । ଏହି ଦର ବୃଦ୍ଧି ସିଧାସଳଖ ମଧ୍ୟବିତ୍ତଙ୍କ ହାଣ୍ଡିଶାଳକୁ ମାଡ଼ କରିଛି । ଏମିତି କି ପରିବା କିଣିବାକୁ ଏବେ ଡର ଲାଗୁଛି ।  ସବୁ ଦାର ତ ଆକାଶଛୁଆଁ । ସପ୍ତାହେ ଭିତରେ ଦର ଦୁଇଗୁଣା ହୋଇଯିବାରୁ ମଧ୍ୟବିତ୍ତ ଚିନ୍ତାରେ। 

ଭୁବନେଶ୍ବର ଜୟଦେବ ବିହାର ରାସ୍ତା କଡ଼ରେ ଠେଲା ରେ ପରିବା ଦର ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଜହ୍ନି ୯୦, ବାଇଗଣ ୯୦, ଛୁଇଁ ୧୦୦ କିଣା ରେ ୧୨୦ ରେ ବିକ୍ରି ହେଉଛି। କୋଶଳା ବିଡ଼ା ୧୫ ଟଙ୍କା, କାକୁଡି ୬୦ ଟଙ୍କା ରହିଛି । ଗରିବ ଲୋକଙ୍କ ରେଞ୍ଜ ବାହାରେ ପରିବା ଦର। ନେବା ପୂର୍ବରୁ ଦୁଇ ଥର ଚିନ୍ତା କରୁଛନ୍ତି । ଯାହାବି ପରିବା ନେଉଛନ୍ତି ଥରେ ରୋଷେଇ କଲେ ଦୁଇ ବେଳା ଖାଉଛନ୍ତି ।

Also Read- Rayagada crime news : ରାୟଗଡା ପୋଲିସକୁ ମିଳିଛି ବଡ଼ ସଫଳତା, ବନ୍ଧା ହେଲେ ୧୨ଜଣ ଲୁଟେରା

ଲଗାଣ ବର୍ଷା ଯୋଗୁଁ ରାଜ୍ୟ ପରିବା ଚାଷ ପ୍ରଭାବିତ ହୋଇଛି । ଫଳରେ ପରିବା ଦର ବୃଦ୍ଧି ହୋଇଥିବା ବ୍ୟବସାୟୀ କହୁଛନ୍ତି । ତେଣୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ହେଲେ ହଠାତ୍ ଏଭଳି ମୂଲ୍ୟବୃଦ୍ଧି ଖାଉଟିଙ୍କ ପକେଟ୍ କୁ ବାଧୁଛି । ସେପଟେ ଶ୍ରାବଣ ମାସ ଚାଲିଥିବାରୁ ପରିବା ଉପରେ ସମସ୍ତଙ୍କ ବେଶି ଗୁରୁତ୍ୱ ରହିଛି। ଏହାରି ପରିବା ଦରବୃଦ୍ଧି ଚିନ୍ତା ବଢ଼ାଇ ଦେଇଛି। ଖାଲି ସେତିକି ଆଗକୁ ଆହୁରି ବଢ଼ିବ ବୋଲି ଆଶଙ୍କା ବି କରାଯାଉଛି ।