ରାୟଗଡା : ରାୟଗଡା ପୋଲିସକୁ ମିଳିଛି ବଡ଼ ଧରଣର ସଫଳତା। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପୁଲିସ ୧୨ଜଣ ଲୁଟେରାକୁ ଗିରଫ କରିଛି। ସେମାନଙ୍କ ଠାରୁ ପୁଲିସ ୩ଟି ଦାମୀ କାର ସହ ୨୩୦ ଗ୍ରାମ ସୁନା ଅଳଙ୍କାର ଓ ୫୮୧ ଗ୍ରାମ ରୂପା ଜବତ କରିଛି। ଏହାସହ ୧୨ଟି ମୋବାଇଲ୍ ଫୋନ୍, ବୁଲେଟ୍ ମୋଟରସାଇକେଲ ସହ ଘରୋଇ ସାମଗ୍ରୀ ଜବତ କରାଯାଇଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାୟଗଡାର ଏସପି ରାଜ୍ ପ୍ରସାଦ।

 Also Read- ସନ୍ଧ୍ୟା ୭ଟା ହେଲେ ବାଜେ ଆଲାର୍ମ ! କବାଟ ବନ୍ଦ କରିଦିଅନ୍ତି ଗାଁ ଲୋକେ, ଆରମ୍ଭ ହୁଏ ଦନ୍ତାର ‘ଡେଲି ଶୋ’

ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ କାଶୀପୁର, କଲ୍ୟାଣସିଂହପୁର, କୋଲନରା ଓ ରାୟଗଡା ଥାନା ଅଞ୍ଚଳର ବୋଲି ଜଣାପଡିଛି।  ପୂର୍ବରୁ ବି ଏମାନଙ୍କ ନାମରେ ବିଭିନ୍ନ ଥାନାରେ ୧୫ଟି ମାମଲା ରହିଛି ବୋଲି ଏସପି ସୂଚନା ଦେଇଛନ୍ତି। ଘର ଖାଲିଥିବାର ସୁଯୋଗ ନେଇ ଏହି ଅଭିଯୁକ୍ତମାନେ ପ୍ରଥମେ ସିସିଟିଭିକୁ ଅଚଳ କରିବା ସହ ଲୁଟପାଟ୍ କରୁଥିଲେ। ଏଥିପାଇଁ ଏକ ଟିମ୍ ଗଠନ କରିବା ସହ ସାଇବର ଏକ୍ସପର୍ଟଙ୍କ ସହାୟତା ନେଇ ପୁଲିସ ଗିରଫ କରିଥିବା ସୂଚନା ଦେଇଛି। ଚୋରି ହୋଇଥିବା ସୁନା ଅଳଙ୍କାରକୁ ତରଳେଇ ଅଭିଯୁକ୍ତ ମାନେ ବିଭିନ୍ନ ଗୋଲ୍ଡ କମ୍ପାନୀ ରୁ ଲୋନ୍ ନେଇଥିଲେ। ତେବେ ଆଗାମୀ ଦିନରେ ଅନ୍ୟ ଲୁଟେରାମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି ରାଜ୍ ପ୍ରସାଦ ସୂଚନା ଦେଇଛନ୍ତି।