ଭୁବନେଶ୍ଵର: ମାଟିରେ ମିଶିଲା ଗଞ୍ଜେଇ ଆଡ୍ଡା, ପାଚେରୀ ଓ ଦୋକାନ। ଆଜି ଖାରବେଳ ନଗର ଥାନା ଶ୍ରୀୟା ଛ ରେ ଥିବା ପ୍ଲଟ ନମ୍ବର ୪୯୭/୧୬୧, ଖାତା ନମ୍ବର ୪୪୧ରେ ବଡ଼ଧରଣର ଉଚ୍ଛେଦ ହୋଇଛି। ସେଣ୍ଟ୍ରାଲ ଏନଫୋର୍ସମେଣ୍ଟ ମନିଟରିଂ କମିଟି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପ୍ରାୟ ୦.୩୯୦ ଡେସିମିଲ ସରକାରୀ ଜମିରୁ ବେଆଇନ ଜବରଦଖଲ ହଟାଯିବା ଲକ୍ଷ୍ୟ ରଖାଯାଇଥିବା ସିଇଏମସି ପକ୍ଷରୁ କୁହାଯାଇଛି ।

ଗୁରୁବାର ଉଛେଦ ଆରମ୍ଭ ବେଳେ ସାମାନ୍ୟ ଉତ୍ତେଜନା ଦେଖିବାକୁ ମିଳିଥିଲା। କିଛି ବିରୋଧୀଙ୍କୁ ପୋଲିସ୍ ଅଟକ ରଖିଥିଲା। ତେବେ ଉଚ୍ଛେଦ ଚାଲିଥିବା ବେଳେ ମଧ୍ୟ ବିଧ୍ୟାୟକ ଅନନ୍ତ ନାରାୟଣ ଜେନା ପହଞ୍ଚି ସେଣ୍ଟ୍ରାଲ ଏନଫୋର୍ସମେଣ୍ଟ ମନିଟରିଂ କମିଟି ସହ ଆଲୋଚନା କରିବା ପରେ କିଛି ସମୟ ପାଇଁ ଉଚ୍ଛେଦ ଅଟକିଥିଲା। ଏହି ସମୟରେ ବିଧାୟକ ଦୋକାନୀ ମାନଙ୍କ ପୂର୍ଣ୍ଣ ଥଇଥାନ ଦାବି କରିଥିଲେ। ବଡ କଥା ହେଉଛି ଉଚ୍ଛେଦ ଭିତରେ ଗୋଟିଏ ତ୍ରିନାଥ ମନ୍ଦିର ଥିଲା।

Also Read: ତନ୍ତ୍ରପୂଜା ପାଇଁ ଅଣ୍ଡା ବିକ୍ରି, ଅସୁରକ୍ଷିତ ଜାତୀୟ ପକ୍ଷୀ

ତେବେ ମନ୍ଦିର ନାଁରେ କିଛି ନିଷାଡି ଗଞ୍ଜେଇ ଟାଣୁଥିବା ଅଭିଯୋଗ ହୋଇଥିଲା। ଛୋଟବଡ଼ ଅପରାଧ ପାଇଁ ଏହି ଜାଗାରୁ ଯୋଜନା ହେଉଥିଲା ବୋଲି କୁହାଯାଇଛି। ତେବେ ଆଜି ବୁଲଡୋଜର ଲଗେଇ ମାଟିରେ ମନ୍ଦିର ଭାଙ୍ଗିବା ସହିତ ପଲିଥିନ୍ ସେଡକୁ ମାଟିରେ ମିଶାଇ ଦେଇଛି ଟିମ୍।ଖାରବେଳନଗର ଥାନା ଅନ୍ତର୍ଗତ ଶ୍ରୀୟା ଛକରେ ସିଇଏମସି ପକ୍ଷରୁ ଉଚ୍ଛେଦ ବେଳେ ଏହି ବହୁ ପୁରୁଣା ଗଞ୍ଜେଇ ଆଡ୍ଡାକୁ ଭାଙ୍ଗିଛନ୍ତି ଟିମ୍।