ଭୁବନେଶ୍ୱର: ରାଜଧାନୀରେ ଯୁବତୀଙ୍କ ଆତ୍ମହତ୍ୟା। ଆତ୍ମହତ୍ୟା କରିଥିବା ଯୁବତୀଙ୍କ ନାମ ଗୋଲଡି। ସେ ମନିଷା ନାମରେ ଜଣାଶୁଣା। ସେ ସହୀଦ ନଗରରେ କାମ କରୁଥିଲେ। ଏକ ଭଡ଼ା ଘରେ ରହୁଥିଲେ। 

ତେବେ ମନୀଷା କଣ ପାଇଁ ଚରମ ନିଷ୍ପତ୍ତି ନେଲେ । ତାଙ୍କ ଆତ୍ମହତ୍ୟା ପଛରେ କଣ ରହସ୍ୟ ଲୁଚି ରହିଛି। ତାକୁ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ। ଭଡ଼ ଘରକୁ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି। ମନୀଷା ମୋବାଇଲ ଜବତ ହୋଇଥିବା ବେଳେ ଆଗକୁ କଲ ରେକର୍ଡ ଯାଞ୍ଚ ହୋଇପାରେ।

 

ଖୁବ ଉଚ୍ଚଶିକ୍ଷିତ ଥିଲେ ଗୋଲ୍‌ଡି ଓରଫ ମନୀଷା । ସେ ଏମ୍‌ବିଏ କରିଛନ୍ତି । ବିଭିନ୍ନ ଘରୋଇ କମ୍ପାନୀରେ ମାନବ ସମ୍ବଳ ବିଭାଗରେ କାମ କରିବାର ଅଭିଜ୍ଞତା ମଧ୍ୟ ରହିଥିଲା । କିଛି ଦିନ ତଳେ ସେ ନିଜ ଚାକିରି ଛାଡ଼ିଥିଲେ । ଏହାପରେ ନିଜର ଏକ ନୂଆ ବିଜନେସ୍‌ ଆରମ୍ଭ କରିବାକୁ ଯୋଜନା କରୁଥିଲେ । କିନ୍ତୁ ଏସବୁ ଭିତରେ ଘଟିଥିଲା ଏହି ଅଘଟଣ । ସୋମବାର ସକାଳୁ ସକାଳୁ ରାଜଧାନୀରେ ରହୁଥିବା ଭଡ଼ା ଘରୁ ତାଙ୍କର ମୃତଦେହ ମିଳିଥିଲା । ତେବେ ମନୀଷାଙ୍କ ମୃତ୍ୟୁ କେମିତି ହେଲା, ସେ ଆତ୍ମହତ୍ୟା କରିଛନ୍ତି ନା ଆଉ କଣ । ପୋଲିସ ତଦନ୍ତ ପରେ ପୁରା ସତ ପଦାକୁ ଆସିବ ବୋଲି ଆଶଙ୍କା କରାଯାଉଛି । 

ଅନ୍ୟପଟେ କମିଶନରେଟ୍‌ ପୋଲିସ ମଧ୍ୟ ଛାନ୍‌ଭିନ୍‌ ଆରମ୍ଭ କରିଛି । ବିଭିନ୍ନ ଦିଗକୁ ନେଇ ଆରମ୍ଭ କରିଛି ତଦନ୍ତ । କେଉଁଭଳି ସ୍ଥିତିରେ ମନୀଷାଙ୍କର ମୃତ୍ୟୁ ହେଲା, ମୃତ୍ୟୁ ପଛରେ କିଏ ଦାୟୀ ? ଏପରି ଅନେକ ପ୍ରଶ୍ନ ପୋଲିସ ସାମ୍ନାରେ ରହିଛି । ବାକି ପୋଲିସର ପ୍ରାଥମିକ ତଦନ୍ତ ଏବଂ ପୋଷ୍ଟମର୍ଟମ ରିପୋର୍ଟର ମୃତ୍ୟୁ ସଠିକ କାରଣ ଆସିପାରେ ବୋଲି ଅନୁମାନ କରାଯାଉଛି