ଭୁବନେଶ୍ୱର ୧୨।୦୮ : ଭୁବନେଶ୍ୱରର ଏକ କୋରିୟର ସର୍ଭିସ ସେଣ୍ଟରରେ ଅଗ୍ନିକାଣ୍ଡ। ନୟାପଲ୍ଲୀ IRC ଭିଲେଜରେ ଥିବା ଅଞ୍ଜନି କୋରିୟର ସର୍ଭିସରେ ଅଗ୍ନିକାଣ୍ଡ ଘଟିଛି। ନିଆଁଲାଗି ଲକ୍ଷାଧିକ ଟଙ୍କାର ଜିନିଷପତ୍ର ଜଳିଯାଇଛି। ଲକ୍ଷାଧିକ ଟଙ୍କାର ମେଡ଼ିସିନ, ଏଲି୍ଟ୍ରୋନିକ, ରାଖୀ ସହ ଅନ୍ୟାନ୍ୟ ଜିନିଷ ପୋଡି ପାଉଁଶ ହୋଇଯାଇଛି ।

ଖବର ଅନୁଯାୟୀ, ବୁଧବାର ଭୋର ସମୟରେ ନୟାପଲ୍ଲୀରେ ଥିବା କୋରିୟର ସର୍ଭିସ ସେଣ୍ଟରରେ ନିଆଁ ଲାଗିଯାଇଥିଲା। ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ଲାଗି ଉଦ୍ୟମ କରିଥିଲେ । ଶେଷରେ ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ଏହି ନିଆଁ ଲିଭା କାର୍ଯ୍ୟରେ ସଚିବାଳୟ, ତମାଣ୍ଡୋ ଫାୟାର ଟିମ୍ ସହ ଷ୍ଟ୍ରାଇକିଂ ଫାୟାର ଫୋର୍ସ ଟିମ ନିୟୋଜିତ ହୋଇଥିଲେ।

Watch Video:-