ଭୁବନେଶ୍ୱର : ରାଜଧାନୀରେ ପୁଣି ଲୁଟେରାଙ୍କ ଆତଙ୍କରାଜ। ମଙ୍ଗଳବାର ଭୁବନେଶ୍ୱର ଏମ୍ସ ହସ୍ପିଟାଲ୍ ନିକଟରୁ ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ସକାଳୁ ସକାଳୁ ଲୁଟେରା ଏମ୍ସ ଆଗରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେବାକୁ ଚେଷ୍ଟା କରିଥିଲା। ଏହି ସମୟରେ ସାହାସ ଦେଖାଇ ଚୋରକୁ ଧରିଥିଲେ ମହିଳାଜଣକ। ତାପରେ ସ୍ଥାନୀୟ ଲୋକେ ତାକୁ କାବୁ କରିନେଇ ଉତ୍ତମ ମଧ୍ୟମ ଦେଇଥିଲେ।  

ସୂଚନାନୁସାରେ ମହିଳା ଜଣକଙ୍କର ଘର ବଲାଙ୍ଗୀରରେ। ମହିଳା ଜଣଙ୍କ ତାଙ୍କ ପରିବାର ସଦସ୍ୟଙ୍କୁ ନେଇ  ଚିକିତ୍ସା ପାଇଁ ଏମ୍ସ ଆସିଥିଲେ। ସକାଳୁ ସକାଳୁ ସେ ଚାହା ପିଇବାକୁ ବାହାରକୁ ଆସିଥିଲେ। ଏହି ସମୟରେ ତାଙ୍କ ସହ ଘଟିଥିଲା ଅଘଟଣ। ଦୁଇ ଦୃର୍ବୁତ୍ତ ବାଇକରେ ଆସି ତାଙ୍କ ସୁନା ଚେନ୍ ଝାମ୍ପିବାକୁ ଚେଷ୍ଟା କରିଥିଲେ। ସୁନା ଚେନ୍ ଟି ୧୨ ରୁ ୧୩ଗ୍ରାମ ହେବ ବୋଲି ଜଣା ପଡ଼ିଛି। 

Also Read- ‘ବନ୍ୟା ଟୁରିଜିମ ନୁହେଁ, ଲୋକଙ୍କ ସମସ୍ୟା ବୁଝନ୍ତୁ’: ପ୍ରଭାବିତ ଅଞ୍ଚଳ ବୁଲିବା ପରେ ସରକାରଙ୍କୁ ଅରୁଣ ସାହୁଙ୍କ କଟାକ୍ଷ

ବଡ଼ କଥା ହେଉଛି ପ୍ରଥମେ ମହିଳାଙ୍କୁ ଦୁଇ ଲୁଟେରା ଫଲୋ କରିଥିଲେ। ତା ପରେ ସୁଯୋଗ ଦେଖି ଝାମ୍ପି ନେଇ ଥିଲେ। ଏହି ସମୟରେ ମହିଳାଙ୍କର ବାମ ହାତରେ ଆଘାତ ଲାଗିଥିଲା। କିନ୍ତୁ ସାହସ ଦେଖାଇ ଏହି ସମୟରେ ମହିଳା ଜଣକ ଜଣେ ଚୋରକୁ ଧରି ନେଇଥିଲେ। ସେ ସମୟରେ ସ୍ଥାନୀୟ ଲୋକେ ସେହି ଚୋରକୁ କାବୁ କରିଥିଲେ। ତାପରେ ଉତ୍ତାତମ ମଧ୍ୟମ ଦେଇ  ପୋଲିସର ଜିମା ଦେଇଥିଲେ। ମହିଳା ଜଣଙ୍କ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି।ପୋଲିସ ଲୁଟରା ଜଣକୁ ନେଇ ଜେରା କରୁଛି। କେଉଁଠି ତା ଘର, କେବେ ଠାରୁ ଭୁବନେଶ୍ୱରରେ ଅପରେସନ ଚଳାଇଛନ୍ତି। ଏସବୁ ସତ ଓଗାଳିବାକୁ ଚେଷ୍ଟା କରୁଛି ପୋଲିସ୍।