ନୂଆଦିଲ୍ଲୀ: ଶୁକ୍ରବାର ପଞ୍ଜାବ ବିଧାନସଭାରେ ଏକ ବଡ଼ ହଙ୍ଗାମା ହୋଇଛି। ଶ୍ରମିକ ଦିବସ ଉପରେ ଏକ ସ୍ୱତନ୍ତ୍ର ଅଧିବେସନ ବେଳେ ମୁଖ୍ୟମନ୍ତ୍ରୀଙ୍କ ଭଗବନ୍ତ ମାନଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳର ନେତା। ଶ୍ରୀ ମାନ ମଦ ପିଇ ବିଧାନସଭାକୁ ଆସିଥିବା ବିରୋଧୀ ଅଭିଯୋଗ କରିବା ପରେ ଗୃହରେ ହଙ୍ଗାମା ହୋଇଥିଲା। ଏମିତିକି ମାନଙ୍କ ଆଲକୋହଲ ଟେଷ୍ଟ କରାଯାଉ ବୋଲି ବିରୋଧୀ ଦାବି କରିଛନ୍ତି।

ପ୍ରଥମେ ଜଣେ କଂଗ୍ରେସ ବିଧାୟକ ଏହି ଅଭିଯୋଗ ଆଣିଥିଲେ। ମୁଖ୍ୟମନ୍ତ୍ରୀ ମଦ୍ୟପାନ କରି ବିଧାନସଭାରେ ପହଞ୍ଚିଥିଲେ ବୋଲି ସେ ଅଭିଯୋଗ କରିବା ପରେ ବିବାଦ ଆରମ୍ଭ ହୋଇଥିଲା। ବିରୋଧୀ ଦଳ ନେତା ପ୍ରତାପ ସିଂହ ବାଜୱା ସମସ୍ତ ବିଧାୟକଙ୍କ ମଦ୍ୟପାନ ମିଟର ପରୀକ୍ଷା କରିବାକୁ ଦାବି କରି ଏହି ପ୍ରସଙ୍ଗକୁ ତୀବ୍ର କରିଥିଲେ। ସେ କହିଥିଲେ ଯେ "ରାଜ୍ୟମୁଖ୍ୟ"ଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆସିଥିବାରୁ, ସତ୍ୟ ପ୍ରତିଷ୍ଠା ପାଇଁ ପ୍ରତ୍ୟେକ ବିଧାୟକଙ୍କ ପରୀକ୍ଷା କରାଯିବା ଉଚିତ।

Also Read- କେରଳମରେ ବିଜେପି ନେତାଙ୍କ ହତ୍ୟାକାଣ୍ଡରେ କୋର୍ଟଙ୍କ ବଡ ନିଷ୍ପତ୍ତି, ୬ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ

ଶିରୋମଣି ଅକାଳୀ ଦଳ ମଧ୍ୟ ବିଧାନସଭାରୁ ଭିଡିଓ ଜାରି କରି ମୁଖ୍ୟମନ୍ତ୍ରୀଙ୍କ ଉପରେ ତୀକ୍ଷ୍ଣ ଆକ୍ରମଣ କରିଛି। ଶ୍ରମିକ ଦିବସରେ ମଦ୍ୟପାନ କରି ଭଗବନ୍ତ ମାନ ବିଧାନସଭାକୁ ଆସିବା "ଅତି ଲଜ୍ଜାଜନକ" ବୋଲି ଦଲ କହିଛି। ଏବଂ ଜନସାଧାରଣ ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଆଚରଣକୁ ପର୍ଯ୍ୟବେକ୍ଷଣ କରନ୍ତୁ ବୋଲି ଦଳ ଅନୁରୋଧ କରିବା ସହିତ ମାନଙ୍କ ଆଚରଣକୁ କଡ଼ା ନିନ୍ଦା କରିଛି ଅକାଳୀ ଦଳ। ସତ ସାମ୍ନାକୁ ଆସିବା ଦରକାର। ତେଣୁ ଭଗବନ୍ତ ମାନଙ୍କର ଲୋକଙ୍କ ସାମ୍ନାରେ ଡୋପ୍ ଟେଷ୍ଟା କରାଯାଉ ବୋଲି ଅକାଳୀ ଦଳ ଦାବି କରିଛି।

ପ୍ରବଳ ହଟ୍ଟୋଗଳ ହେବା ପରେ ଏହା ଉପରେ ପ୍ରତିକ୍ରିୟା ରଖିଥିଲେ ମୁଖ୍ୟମନ୍ତ୍ରୀ। ଭଗବନ୍ତ ମାନ କହିଥିଲେ ଯେ ଆଜିର ଏହି ସ୍ୱତନ୍ତ୍ର ଅଧିବେସନ ଲେବର ଡେ ପାଇଁ ଉତ୍ସର୍ଗିକୃତ। ତେଣୁ ଅଯଥା ହୋହଲ୍ଲା ନ କରିବାକୁ ସେ ବିରୋଧୀ ଦଳର ଲୋକଙ୍କୁ ଅନୁରୋଧ କରିଥିଲେ।

Also read-  ବଢିଲା ଗ୍ୟାସ୍ ସିଲିଣ୍ଡର ରେଟ୍...ନିର୍ବାଚନ ଶେଷ ପରେ ୯୯୩ ଟଙ୍କା ବଢିଗଲା ଦାମ୍ !