ଚାନ୍ଦବାଲି ୧୧।୪: ଏମିତି ବି ଆସେ ମୃତ୍ୟୁ । ଅଫିସ୍‌ରେ କାମ କରୁଥିଲେ, ହଠାତ୍ ଟଳିପଡ଼ିଲେ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଫିସ୍‌ରେ ଟଳିପଡ଼ିଲେ ଭଦ୍ରକ DFO । କାର୍ଯ୍ୟରତ ବେଳେ ହଠାତ୍ ଟଳିପଡ଼ିଲେ, ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର ।

କାର୍ଯ୍ୟରତ ବେଳେ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଶନିବାର ଦିନ ୧୧ଟା ସମୟରେ ହୃଦଘାତ ଜନିତ ସମସ୍ୟାରେ ଯନ୍ତ୍ରଣା ଅନୁଭବ କରିଥିଲେ । ତୁରନ୍ତ କର୍ମଚାରୀ ମାନେ ତାଙ୍କୁ ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରିଥିଲେ l ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ମୃତ ଡ଼ିଏଫଓ ହେଉଛନ୍ତି ସୌଭାଗ୍ୟ କୁମାର ସାହୁ । ମୃତ ଅଧିକାରୀଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବରୁଣାଡିହା ଗାଁର ବୋଲି ସୂଚନା ମିଳିଥିଲା l

Also Read:- CM Visit Keonjhar: କେନ୍ଦୁଝରର ମାଟି ବୀର ଓ ବିଦ୍ବାନ ମାନଙ୍କ ମାଟି, ଅଞ୍ଚଳର ପ୍ରତିଟି ଶିଳାରେ ଜ୍ଞାନ ଓ ପରିକ୍ରମାର ଗାଥା ଲିପିବଦ୍ଧ

ଭଦ୍ରକ DFOଙ୍କ ମୃତ୍ୟୁ ଖବର ଶୁଣି ବନ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ତାଙ୍କ ନିକଟରେ ପହଞ୍ଚି ଶେଷ ଦର୍ଶନ କରିଥିଲେ l ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା  l ତାଙ୍କ ଚାକିରି କାର୍ଯ୍ୟକlଳ ଆଉ ମାତ୍ର ୧୧ ମାସ ବାକିଥିଲା  l ଶେଷକୃତ୍ୟ ସମ୍ପନ୍ନ ପାଇଁ ଚାନ୍ଦବାଲି ବନଖଣ୍ଡ ବନ୍ୟପ୍ରାଣୀ କାର୍ଯ୍ୟାଳୟ ନିକଟରେ ଥିବା ସରକାରୀ ବାସଭବନରୁ ତାଙ୍କୁ ତାଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବରୁଣାଡିହା ଗାଁକୁ ନିଆଯାଇଛି  l