ଭଦ୍ରକ ୧୬।୭: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ବଡ଼ ଦାଣ୍ଡରେ ବଡ଼ ଠାକୁରଙ୍କ ରଥଯାତ୍ରା । ଭକ୍ତ ଆଉ ଭଗବାନଙ୍କ ଅପୂର୍ବ ମିଳନ । ଏହି ଘୋଷଯାତ୍ରାରେ ଭକ୍ତମାନେ ବିଭିନ୍ନ ଉପାୟରେ ପ୍ରଭୁ ଜଗନ୍ନାଥଙ୍କୁ ଭକ୍ତି ଅର୍ଘ୍ୟ ଅର୍ପଣ କରୁଛନ୍ତି । ଭଦ୍ରକର ଜଣେ ଶିଳ୍ପୀଙ୍କ ଛୋଟ ରଥ ବେଶ୍ ଆକର୍ଷଣୀୟ ହୋଇଛି । ମାତ୍ର ୪ ସେଣ୍ଟିମିଟର ଉଚ୍ଚତାରେ ତିନି ଠାକୁରଙ୍କ ପାଇଁ ରଥ ତିଆରି କରି ସମସ୍ତଙ୍କ ପ୍ରଶଂସା ସାଉଁଟିଛନ୍ତି ।

ଘୋଷଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର ; ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଚୁଡ଼ାକୁଟି ଅଞ୍ଚଳର ଶିଳ୍ପୀ ଗୋପାଳ ସାମଲ ପବିତ୍ର ରଥଯାତ୍ରା ଅବସରରେ ଏକ ନିଆରା କଳାକୃତି କରିଛନ୍ତି । ଦୁଇ ଦିନ ଧରି ପରିଶ୍ରମ କରି ତୁଳସୀ ଓ ଶାଳ କାଠ ବ୍ୟବହାର କରି ସେ ତିନି ଠାକୁରଙ୍କ ପାଇଁ ତିନୋଟି କ୍ଷୁଦ୍ର ରଥ ତିଆରି କରିଛନ୍ତି । ଏହି ରଥଗୁଡ଼ିକର ଉଚ୍ଚତା ମାତ୍ର ୪ ସେଣ୍ଟିମିଟର ହୋଇଥିବା ବେଳେ ସେଗୁଡ଼ିକୁ ଟାଣିଲେ ମଧ୍ୟ ସୁନ୍ଦର ଭାବେ ଚାଲୁଛି । ଗୋପାଳ ସାମଲଙ୍କ ଏହି ସୂକ୍ଷ୍ମ କଳାକୃତି ଭକ୍ତ ଓ ଦର୍ଶକଙ୍କ ବେଶ୍ ବିମୋହିତ କରିଛି ।