ଭୁବନେଶ୍ବର ୩।୧: ନୂଆରୂପ ପାଇବ ଚିଲିକା । ଚିଲିକାର ପେରିଫେରିକୁ ଡେଭଲପମେଣ୍ଟ କରାଯିବ । ସମ୍ପୂର୍ଣ୍ଣ ଅବରୋଧ ମୁକ୍ତ କରାଯିବ ଚିଲିକା । ଚିଲିକାର ହେବ ସୌନ୍ଦର୍ଯ୍ୟକରଣ । ଚିଲିକା ପାଇଁ ୧୫୦୦ରୁ ୨ ହଜାର କୋଟିର DPR ପ୍ରସ୍ତୁତ ହେଉଛି ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

ଚିଲିକା ହ୍ରଦ ରାମସାର ସାଇଟ୍ ହିସାବରେ ବିଶ୍ୱରେ ପରିଚିତ । ଚିଲିକା ଆଉ ଥରେ ପୁନର୍ଜୀବିତ ହେବ । ବିଭିନ୍ନ ପର୍ଯ୍ୟାୟରେ ଚିଲିକା ଉନ୍ନୟନ ପରିଷଦ ଓ ଜଙ୍ଗଲ ଓ ପରିବେଶ ବିଭାଗ ସହିତ ଆଲୋଚନା ହୋଇଛି । ଏବେ IIT ମାଡ୍ରାସ୍ ଓସନୋଗ୍ରାଫି ସହିତ ଚିଲିକା ଉନ୍ନୟନ ପରିଷଦ ତରଫରୁ ବୁଝାମଣା ସ୍ବାକ୍ଷରିତ ହୋଇଛି । ଖୁବଶୀଘ୍ର ଏଥିପାଇଁ DPR ପ୍ରସ୍ତୁତ ହେଉଛି । ଚିଲିକାର ସମ୍ପୂର୍ଣ୍ଣ ପୁନଃବିନ୍ୟାସ କରାଯିବ ।

ଚିଲିକାର ପେରିଫେରିକୁ ଡେଭଲପମେଣ୍ଟ କରାଯିବ । ଅବରୋଧ ମୁକ୍ତ କରିବା ସହିତ ସୌନ୍ଦର୍ଯ୍ୟ କରାଯିବ । ୧୫ଶହରୁ ୨ ହଜାର କୋଟିର DPR ପ୍ରସ୍ତୁତ ହେଉଛି । ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଛି । ଚିଲିକାକୁ ଖ୍ୟାତି ପହଞ୍ଚାଯିବନି । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବା । ଏ ନେଇ ପ୍ରକଳ୍ପ ରିପୋର୍ଟ ଉପସ୍ଥାପନ କରାଯାଇଛି ।

ପୂର୍ତ୍ତ ମନ୍ତ୍ରୀଙ୍କ ଅଧକ୍ଷତାରେ ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ପୁରୀ ସାଂସଦ ସମ୍ବିତ ପାତ୍ର, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଓ IIT ମାଡ୍ରାସ୍ ଉପସ୍ଥିତ ଥିଲେ । ଖୁବ୍ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି ।