ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ଦିନିକିଆ କ୍ୟାରିୟର ଓ ଭବିଷ୍ୟତକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ଭିତରେ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (BCCI) ର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଟିମ୍ ଇଣ୍ଡିଆର ସାମ୍ପ୍ରତିକ ପ୍ରଦର୍ଶନ ଓ ଆଗାମୀ ବଡ଼ ଟୁର୍ନାମେଣ୍ଟଗୁଡ଼ିକର ରଣନୀତିକୁ ନେଇ ବୋର୍ଡ କର୍ମକର୍ତ୍ତା, ସିଲେକ୍ସନ୍ କମିଟି ଏବଂ ଟିମ୍ ମ୍ୟାନେଜମେଣ୍ଟ ମଧ୍ୟରେ ଆଲୋଚନା ହୋଇଛି।

ଏହି ଆଲୋଚନା ଏବଂ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ BCCI ଯୁଗ୍ମ ସମ୍ପାଦକ ଦେବଜିତ୍ ସାଇକିଆ ଏକ ବଡ଼ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ, ରୋହିତ ଶର୍ମା କେବଳ ଜଣେ ଅଭିଜ୍ଞ ଖେଳାଳି ନୁହଁନ୍ତି, ବରଂ ଭାରତୀୟ କ୍ରିକେଟ୍ ପାଇଁ ତାଙ୍କର ଯୋଗଦାନ ଅତୁଳନୀୟ। ତାଙ୍କ ଭବିଷ୍ୟତ ଓ ଦଳରେ ଭୂମିକାକୁ ନେଇ ଚୟନକର୍ତ୍ତା ଏବଂ ରୋହିତଙ୍କ ମଧ୍ୟରେ ସୃଜନାତ୍ମକ ଆଲୋଚନା ହୋଇଛି, ଯାହା ଆଗାମୀ ଦିନରେ ଭାରତୀୟ କ୍ରିକେଟକୁ ଆହୁରି ମଜବୁତ କରିବ।

Also Read: ଏସିୟାନ ଗେମସ୍ ୨୦୨୬ ଲାଗି ଭି.ଭି.ଏସ୍.ଲକ୍ଷ୍ମଣ ହେଡ କୋଚ୍ ନିଯୁକ୍ତ

ସମୀକ୍ଷା ବୈଠକରେ ଭାରତୀୟ ଦଳର ଭବିଷ୍ୟତ ରୋଡମ୍ୟାପ୍, ଯୁବ ଖେଳାଳିଙ୍କୁ ସୁଯୋଗ ଏବଂ ସୀମିତ ଓଭର କ୍ରିକେଟରେ ଅଭିଜ୍ଞତା ଓ ଯୁବଶକ୍ତିର ସନ୍ତୁଳନ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ରୋହିତଙ୍କ ନେତୃତ୍ୱ ଓ ବ୍ୟାଟିଂ ଫର୍ମ ଉପରେ ବୋର୍ଡର ଭରସା ରହିଥିବା ବେଳେ ଆଗାମୀ ବୃହତ୍ ଟୁର୍ନାମେଣ୍ଟ ପାଇଁ ସଠିକ୍ ରଣନୀତି ପ୍ରସ୍ତୁତ କରାଯାଉଥିବା ସାଇକିଆ ସୂଚନା ଦେଇଛନ୍ତି।