କାରାକସ,୨୬|୦୬:ଭେନେଜୁଏଲାରେ ଆତଙ୍କ ଖେଳାଇ ଦେଇଛି ଶକ୍ତିଶାଳୀ ଭୂମିକମ୍ପ । ଦୁଇ ଦୁଇଟି ଭୂମିକମ୍ପ ଦେଶକୁ ଭଗ୍ନସ୍ତୁପରେ ପରିଣତ କରିଛି । ସରକାରୀ ଭାବେ ପ୍ରାୟ୨୦୦ଜଣ ପ୍ରାଣ ହରାଇଛନ୍ତି । କେହି କେହି ମୃତକଙ୍କ ସଂଖ୍ୟା୧୦ହଜାର ଡେଇଁବ ବୋଲି ଆକଳନ କରୁଛନ୍ତି । ତେବେ ଭୂମକମ୍ପ ପରେ ଦେଶ ସାରା ଶୁଭିଥିଲା ଆର୍ତ୍ତ ଚିତ୍କାର । କିଏ ନିଜକୁ ବଞ୍ଚାଇବା ପାଇଁ ପାଟି କରୁଥିଲା । ଆଉ କାହାର କେହି ନିଜର ମାଟି ତଳେ ଫସି ରହିଥିଲେ । ଯାହାର ଅଙ୍ଗେନିଭା କଥା କହିଛନ୍ତି ଜଣେ ସାମ୍ବାଦିକା ।

ବିବିସି ସାମ୍ବାଦିକାଙ୍କ ଭୟଙ୍କର କାହାଣୀ

ବିବିସି ସାମ୍ବାଦିକା ଭାଲେଣ୍ଟିନା ଓରୋପେଜା କହିଛନ୍ତି, ବୁଧବାର ସନ୍ଧ୍ୟାରେ ତାଙ୍କ ଭଉଣୀ ଭେରୋନିକା ହ୍ଵାଟସଆପରେ ଅଡିଓ ମେସେଜ ପଠାଇଥିଲେ। ସେଥିରେ ସେ କହିଥିଲା, ତାଙ୍କ ଘର ଜୋରରେ ଦୋହଲୁଛି । ଯେ କୌଣସି ମୁହୂର୍ତ୍ତରେ ଏହା ଭୁଶୁଡ଼ି ଯାଇପାରେ। ଲାଗୁଛି ଯେମିତି ଆମେ ସମସ୍ତେ ମରିଯିବୁ।

ସେ ଆହୁରି କହିଛନ୍ତି ଯେ, ସେତେବେଳେ କାରାକାସରେ କ'ଣ ଘଟୁଛି, ତାହା ସେ ଅଚାନକ ବୁଝିପାରି ନ ଥିଲେ। ମେସେଜ ଶୁଣିବା ପରେ ମୁଣ୍ଡ ଖରାପ ହୋଇଯାଇଥିଲା। ଦୁଇଘଣ୍ଟା ଧରି ଭଉଣୀ ଭେରୋନିକାକୁ ସେ ଫୋନ ଲଗାଇଥିଲେ। କିନ୍ତୁ ସେ କୌଣସି ଜବାବ ଦେଇ ନ ଥିଲା । ଏହାପରେ କାରାକାସ ସାମ୍ବାଦିକମାନଙ୍କ ହ୍ବାଟସ ଆପ ଗ୍ରୁପରେ ଭୂମିକମ୍ପ ନେଇ ସୂଚନା ଆସିଥିଲା।

Also Read :- Venezuela Earthquake; ଭେନେଜୁଏଲାରେ ଭୂକମ୍ପ ଶତାବ୍ଦୀର ସବୁଠୁ ବଡ କ୍ଷୟକ୍ଷତି ! ମୃତ୍ୟୁ ସଂଖ୍ୟା ୨୩୦ ପାର , ଚାଲିଛି ଉଦ୍ଧାର କାର୍ଯ୍ୟ

ଭାଲେଣ୍ଟିନାଙ୍କ ମୁତାବକ, ପ୍ରଥମେ ତାଙ୍କର ଜଣେ ବନ୍ଧୁ ତାଙ୍କୁ ଲସ୍ ପାଲୋସ ଗ୍ରାଣ୍ଡେସ ଅଞ୍ଚଳର ଏକ ଭିଡିଓ କ୍ଲିପ୍ ପଠାଇଥିଲେ। ଏଥିରେ ଏକ କୋଠା ତାସ ପତା ଭଳିଖସି ପଡ଼ୁଥିବା ଦେଖିବାକୁ ମିଳିଥିଲା। ଏହା ସେହି ଜାଗା ଥିଲା ଯାହା ପାଖରେ ଭାଲେଣ୍ଟିନାଙ୍କ ଭଉଣୀ ଓ ମାଆ ରହୁଛନ୍ତି । ଏହାର ୨ ଘଣ୍ଟା ପରେ ଭାଲେଣ୍ଟିନାଙ୍କୁ ଭଉଣୀ ଭେରୋନିକାର ମେସେଜ ଆସିଥିଲା। ଏଥିରେ ସେ କହିଥିଲେ, ଲାଗୁଛି ଆମେ ସମସ୍ତେ ମରିଯିବୁ।

ତେବେ ଏଥିରୁ ଜଣାପଡୁଛି ଯେ, କେତେ ଭୟଙ୍କର ଥିଲା ଭେନେଜୁଏଲାରେ ପ୍ରକୃତିର ତାଣ୍ଡବ । ଯାହାର ଭୟଙ୍କର ରୂପ ଆଗରେ ମାନବ ସମାଜ କିଛି ନୁହେଁ ।