ବାରିପଦା: ନେପାଳ- ତିବ୍ଦତ ସୀମାରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ବିଭୀଷିକାରେ ଫସିଛନ୍ତି ଅନେକ ଭାରତୀୟ। ସେହିଭଳି କିଛି ଓଡ଼ିଆ ମଧ୍ୟ ଏହି ଜଳ ପ୍ରଳୟ ଯୋଗୁ ନେପାଳରେ ଫସିଥିବା ଜଣାପଡ଼ିଛି। ଏହାରି ମଧ୍ୟରେ ବାରିପଦା ପୌରପାଳିକାର ୨୩ ନମ୍ବର ୱାର୍ଡ ଅଞ୍ଚଳର ୨୧ ବର୍ଷୀୟା କୁଲସୁମ ନିଗାରଙ୍କୁ ନେଇ ଚିନ୍ତିତ ପରିବାର ଲୋକେ। ନେପାଳର ପୋଖରା ଅଞ୍ଚଳକୁ ଟ୍ରେକିଂ ପାଇଁ ଯାଇଥିବା କୁଲସୁମଙ୍କ ସହ ଗତ ୨୫ ତାରିଖରୁ ଯୋଗାଯୋଗ ହୋଇପାରୁନାହିଁ । ଫଳରେ ପରିବାର ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।

ତେବେ ମିଳିଥିବା ସଦ୍ୟ ସୂଚନା ଅନୁସାରେ, ଗୁରୁବାର ଅପରାହ୍ଣରେ କୁଲସୁମ ନିଗାରଙ୍କ ସହ କଥା ହୋଇଛନ୍ତି ତାଙ୍କ ବଡ଼ ଭଉଣୀ। ତାଙ୍କ ବଡ଼ ଭଉଣୀଙ୍କ କହିବା ଅନୁସାରେ, କୁଲସୁମ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି। ଦୁର୍ଘଟଣା ସ୍ଥଳରୁ କୁଲସୁମ ସୁରକ୍ଷିତ ଦୂରତାରେ ଅଛନ୍ତି। ହେଲେ ନେଟଓ୍ବର୍କ ମିଳୁନଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇପାରୁନଥିଲା ବୋଲି କହିଛନ୍ତି କୁଲସୁମଙ୍କ ବଡ଼ ଭଉଣୀ।

Read More: ନେପାଳରେ ବାରିପଦା ଝିଅ ନିଖୋଜ ; ୨୫ରୁ ଫୋନ୍ ବନ୍ଦ, ବଢ଼ିଲା ପରିବାରର ଚିନ୍ତା