ସିଡନୀ, ୨୩/୦୮ : ଅଷ୍ଟ୍ରେଲିଆ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଟେଷ୍ଟ୍ ସିରିଜରେ ବୋଲରଙ୍କ ଦବଦବା ଦେଖିବାକୁ ମିଳିଛି । ସିରିଜର ଦ୍ୱିତୀୟ ମ୍ୟାଚରେ ବାଂଲା ବୋଲର ଶୋରିଫୁଲ ଇସଲାମ ଇତିହାସ ରଚିଛନ୍ତି । ସେ ୪୮ ରନ୍ ଦେଇ ୭ ଓ୍ୱିକେଟ୍ ଅକ୍ତିଆର କରିଥିଲେ । ଫଳରେ ଅଷ୍ଟ୍ରେଲିଆର ପ୍ରଥମ ପାଳି ୨୧୦ ରନରେ ଅଟକି ଥିଲା । ବାଂଲାଦେଶ ମଧ୍ୟ ପ୍ରଥମ ପାଳିରେ ୬୪ ରନରେ ଅଲଆଉଟ୍ ହୋଇଯାଇଥିଲା । ଏହା ସତ୍ତ୍ୱେ ନିଜ ବୋଲରଙ୍କ ଦମ୍ ବଳରେ ଅଷ୍ଟ୍ରେଲିଆକୁ ବଡ ସ୍କୋର କରିବା ପୂର୍ବରୁ ଅଟକାଇ ଦେଇଥିଲା । ଫଳରେ କଙ୍ଗାରୁ ଦଳ ପ୍ରଥମ ପାଳି ଆଧାରରେ ୧୪୬ ରନରେ ଆଗୁଆ ରହିଥିଲା ।କିନ୍ତୁ ଶେଷରେ ଦଳ ଗୋଟିଏ ଇନିଂସ ଏବଂ ୫୧ ରନରେ ମୁକାବିଲା ଜିତି ନେଇଛି ।

Also Read :- ମଝି ସମୁଦ୍ରରେ କେମିତି ବୁଡିଲା ଜାହାଜ ? ଥିଲେ ୨୦ ଚାଇନା ନାଗରିକ ! ଦୁର୍ଘଟଣା ନା ଷଡଯନ୍ତ୍ର ?

ବାଂଲାଦେଶ ପାଇଁ ପ୍ରଥମ ପାଳିରେ ଇସଲାମ ଅଷ୍ଟ୍ରେଲିଆ ବିପକ୍ଷରେ ୪୮ ରନ୍ ଦେଇ ୭ ଓ୍ୱିକେଟ୍ ଅକ୍ତିଆର୍ କରିଥିଲେ । ଏହା ଅଷ୍ଟ୍ରେଲିଆ ବିପକ୍ଷରେ କୌଣସି ବାଂଲାଦେଶୀ ବୋଲରଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଏହାପୂର୍ବରୁ ଏହି ରେକର୍ଡ ହସନ ମହମ୍ମୁଦଙ୍କ ନାଁରେ ଥିଲା । ସେ ଡର୍ବିନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ୫୫ ରନ୍ ଦେଇ ୬ ଓ୍ୱିକେଟ୍ ଅକ୍ତିଆର କରିଥିଲେ । କିନ୍ତୁ ଇସଲାମ ୭ଟି ଓ୍ୱିକେଟ୍ ନେଇ ବାଂଲାଦେଶ ପକ୍ଷରୁ ଟେଷ୍ଟରେ ସବୁଠୁ ଭଲ ପ୍ରଦର୍ଶନ କରିଥିବା ବୋଲର ହୋଇଯାଇଛନ୍ତି । ସେ ତୈଜୁଲ ଇସଲାମଙ୍କ ରେକର୍ଡ ଭାଙ୍ଗିଛନ୍ତି ଯିଏକି ଜିମ୍ବାଓ୍ୱେ ବିପକ୍ଷରେ ୧୩୮ ରନ୍ ଦେଇ ୭ଟି ଶିକାର କରିଥିଲେ ।

ଶୋରିଫୁଲ ଇସଲାମଙ୍କ ପ୍ରଦର୍ଶନ ଅନ୍ୟ ଏକ କାରଣ ପାଇଁ ମଧ୍ୟ ଖାସ୍ ରହିବ । ଅଷ୍ଟ୍ରେଲିଆ ମାଟିରେ କୌଣସି ବିଦେଶୀ ଖେଳାଳି ଭାବେ ଏହା ଅନ୍ୟତମ ଶ୍ରେଷ୍ଠ ପ୍ରଦର୍ଶନ । କାରଣ ୩୩ ବର୍ଷ ହେଲା ଏହା ହୋଇନଥିଲା । ୧୯୯୩ରେ ଏପରି ଜବରଦସ୍ତ ପ୍ରଦର୍ଶନ ଫ୍ୟାନ୍ସ ଦେଖିଥିଲେ । ସେତେବେଳେ ଓ୍ୱେଷ୍ଟ୍ ଇଣ୍ଡିଜର ମହାନ ବୋଲ କର୍ଟଲୀ ଏମ୍ବ୍ରୋସ୍ କଙ୍ଗାରୁ ଟିମ୍ ବିପକ୍ଷରେ ୨୫ ରନ୍ ଦେଇ ୭ଟି ଓ୍ୱିକେଟ୍ ଅକ୍ତିଆର କରିଥିଲେ ।

ସୂଚନାଯୋଗ୍ୟ, ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ଜବରଦସ୍ତ ବିଜୟ ହାସଲ କରିଛି । ଏହାସହ ସିରିଜକୁ ଟାଇ ରଖିଛି । ପ୍ରଥମ ଇନିଂସରେ ବାଂଲାଦେଶ ୬୪ ରନ୍ କରିଥିବା ବେଳେ ଅଷ୍ଟ୍ରେଲିଆ ୨୧୦ ରନ୍ କରିଥିଲା । ଦ୍ୱିତୀୟ ଇନିଂସରେ ବାଂଲାଦେଶ ମାତ୍ର ୯୫ ରନରେ ଅଲଆଉଟ୍ ହୋଇ ଗୋଟିଏ ଇନିଂସ ଏବଂ ୫୧ ରନକରେ ପରାସ୍ତ ହୋଇଛି ।