ଭୁବନେଶ୍ୱର ୧୪।୧୦: ରଣକ୍ଷେତ୍ର ପାଲଟିଲା ବାଣୀବିହାର କ୍ୟାମ୍ପସ । ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର। ମୁହାଁମୁହିଁ ହେଲେ ଦୁଇ ବିପକ୍ଷ। ସଭାରେ ଉଡିଲା ଚେୟାର । ସୃଷ୍ଟିହେଲା ରକ୍ତାକ୍ତ ପରିସ୍ଥିତି। ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଉତ୍ତେଜନା। ଏବିଭିପି ଓ ବିସିଜେଡି ପ୍ରାର୍ଥୀ ମୁହାଁମୁହିଁ ।

ଖବର ଅନୁଯାୟୀ, ଛାତ୍ର ସଂସଦ ନିର୍ବାଚନ ନେଇ ଚାରିଆଡେ ମାହୋଲ ବେଶ ସରଗରମ । ଗୋଟିଏ ପଟେ ନିର୍ବାଚନ ପାଇଁ ପ୍ରାର୍ଥୀ ପ୍ରଚାର ଜୋରଦାର କରୁଥିବା ବେଳେ ଆଜି ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଚାଲିଥିଲା । ଠିକ ଏହି ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଦେଖିବାକୁ ମିଳିଥିଲା ଅଭାବନୀୟ ପରିସ୍ଥିତି । ବାଣୀବିହାର କ୍ୟାମ୍ପସରେ ସଭା ଚାଲିଥିବା ବେଳେ ହଠାତ୍ ଦେଖାଦେଇଥିଲା ଉତ୍ତେଜନା। ମୁହାଁମୁହିଁ ହେଲେ ଦୁଇ ବିପକ୍ଷ। ସଭାରେ ଉଡିଲା ଚେୟାର । ସୃଷ୍ଟିହେଲା ରକ୍ତାକ୍ତ ପରିସ୍ଥିତି। ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଉତ୍ତେଜନା। ଏବିଭିପି ଓ ବିସିଜେଡି ପ୍ରାର୍ଥୀ ମୁହାଁମୁହିଁ ।

Also Read:-ଗିରଫ ହେଲେ CJP ନେତା ସୌରଭ ଏବଂ ଆଶୁତୋଷ : ନିୟମ ଭାଙ୍ଗି ଜନ୍ତରମନ୍ତରରେ କରୁଥିଲେ ପ୍ରବେଶ

ତେବେ ପରିସ୍ଥିତି ଏପରି ହୋଇଥିଲା ଯେ, ସଭାସ୍ଥଳରେ ଉଡ଼ିଥିଲା ଚେୟାର। ହୋଇଥିଲା ଭଙ୍ଗାରୁଜା, ଆଉ ସୃଷ୍ଟି ହୋଇଥିଲା ରକ୍ତାକ୍ତ ପରିସ୍ଥିତି। ପୋଲିସ ମଧ୍ୟ ଘଟଣାସ୍ଥଳରେ ଉତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରୁଛି । ଏପିରିକି ଭୁବନେଶ୍ୱର ଡିସିପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଛନ୍ତି ।

Watch Video:-