ଭୁବନେଶ୍ବର: ବାଲିଅନ୍ତା ଥାନା ସୌମ୍ୟ ରଞ୍ଜନ ହତ୍ୟା ଘଟଣାର ତଦନ୍ତ ପାଇଁ ଓଡ଼ିଶା ଆସିଛନ୍ତି ଜାତୀୟ ମାନବାଧିକାର କମିଶନ। ଏନଏଚଆରସିର ୪ ଜଣିଆ ଟିମ୍ ୫ ତାରିଖ ପର୍ଯ୍ୟନ୍ତ ତଦନ୍ତ କରିବେ। ଏହିକ୍ରମରେ ଟିମ୍ ସନ୍ଧ୍ୟାରେ ସୌମ୍ୟଙ୍କ ପରିବାର ନିକଟରେ ପହଞ୍ଚି ଆଲୋଚନା କରି ସମସ୍ତ ତଥ୍ୟ ବୁଝିଛନ୍ତି। ତା’ ସହ ପରିବାରକୁ ସମବେଦନା ଜଣାଇବା ସହ ନିଶ୍ଚିନ୍ତ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନାଥାଉକି, ବହୁ ଚର୍ଚ୍ଚିତ ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ଘଟଣାକୁ ଦିନ ପରେ ଦିନ ଗଡ଼ି ଚାଲିଥିବା ବେଳେ ବିଭିନ୍ନ ମହଲରେ ଏନେଇ ଚର୍ଚ୍ଚା ଓ ଆଲୋଚନା ଜୋର୍ ଧରିଛି। ବିଭିନ୍ନ ସାମାଜିକ କର୍ମୀ ଏବେ ଏହି ଘଟଣାରେ ହସ୍ତକ୍ଷପ କରି ଘଟଣାର ଦିଗକୁ ଅଗ୍ରଗତି କରିବା ପାଇଁ ସହଯୋଗ କରୁଛନ୍ତି। ଏହି ଘଟଣାକୁ ଗୁରୁତର ସହ ଗ୍ରହଣ କରି ଜାତୀୟ ମାନବ।

Also Read: କବିସୂର୍ଯ୍ୟନଗର ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣା, ଆଇପିଏସଙ୍କ ସମେତ ୩ ପୋଲିସ କର୍ମୀଙ୍କ ଉପରେ ଆକ୍ସନ

ଉଲ୍ଲେଖଯୋଗ୍ୟ, ଚଳିତ ମାସ ୭ ତାରିଖରେ ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ଜଣେ ଯୁବତୀଙ୍କ ସହ ଗଣ୍ଡଗୋଳ ହେବାରୁ ସ୍ଥାନୀୟ ଲୋକ ପିଟିପିଟି ମାରି ଦେଇଥିଲେ। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ, ଏପର୍ଯ୍ୟନ୍ତ ୧୭ ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଆହୁରି ୧୦ଜଣଙ୍କୁ ଚିହ୍ନଟ କରାଯାଇଥିବା ଡିଆଇଜି କହିଛନ୍ତି । ଏହି ଘଟଣାରେ କ୍ରାଇମବ୍ରାଞ୍ଚର ଟେକ୍ନିକାଲ ୱିଙ୍ଗ୍ ସ୍ଥାନୀୟ ଗୁଇନ୍ଦା ଓ ଭିଡିଓ ଫୁଟେଜକୁ ନେଇ ତଦନ୍ତକୁ ଆଗକୁ ବଢ଼ାଉଛି । ଅନ୍ୟ ଅଭିଯୁକ୍ତ ଖୁବ୍ଶୀଘ୍ର ଗିରଫ ହେବେ ବୋଲି କହିଥିଲେ ଡିଆଇଜି।