ବାଲେଶ୍ୱର ୨୩।୦୫ : ତ୍ରିକୋଣୀୟ ପ୍ରେମକୁ ନେଇ ହଣାକଟା। ପ୍ରେମିକାର ମାମୁ ଓ ମାକୁ ହାଣିଲା ପ୍ରେମିକ । ବାଲେଶ୍ବର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଷ୍ଟେସନ ପରିସରରେ ଘଟିଛି ଏହି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଛି ତଦନ୍ତ ।

ଖବର ଅନୁଯାୟୀ, ବିଷ୍ଣୁପ୍ରିୟା ନନ୍ଦୀ ନିଜ ମା ଓ ମାମୁଙ୍କ ସହ ଅପୋସ ବୁଝାମଣା ପାଇଁ ଷ୍ଟେସନ ପରିସରରେ ପୂର୍ବତନ ପ୍ରେମିକ ଯତୀନ ପ୍ରଧାନ ସହ ଆଲୋଚନା କରୁଥିଲେ। କଥା କଟାକଟି ନେଇ ପ୍ରେମିକାର ମାମୁ ଓ ମାକୁ ଧାରୁଆ ଅସ୍ତ୍ରରେ ହାଣିଲା ପ୍ରେମିକ। ଗୁରୁତ୍ୱର ଅବସ୍ଥାରେ ଉଭୟଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ପରେ କଟକ ସ୍ଥାନାନ୍ତର କରାଯାଇଛି।

Also Read:-Virat Kohli Travis Head Fight: ପଡ଼ିଆ ମଝିରେ ହାଇଭୋଲଟେଜ୍ ଡ୍ରାମା, ହାତ ବଢାଇଲେ ଟ୍ରାଭିସ, ରାଗରେ ହ୍ୟାଣ୍ଡସେକ୍ କଲେନି କୋହଲି !

ସେପଟେ ଅଭିଯୁକ୍ତ ଯତୀନ ପ୍ରଧାନ ଘଟଣା ପରେ ଚମ୍ପଟ ମାରିଥିଲେ । ହେଲେ ଗାଡ଼ିରେ ପେଟ୍ରୋଲ ସରିଯିବାରୁ ଅଭିଯୁକ୍ତକୁ କାବୁ କରିଛି ପୋଲିସ। ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ସହଦେଵଖୁଣ୍ଟା ପୋଲିସ। କେଉଁ କାରଣ ପାଇଁ ହଣାକଟା ହୋଇଛି । ସେନେଇ ମଧ୍ୟ ଛାନ୍ଭିନ୍ ଜାରି ରଖିଛି ପୋଲିସ ।