ନୂଆଦିଲ୍ଲୀ : ବଜାଜ ଏକ ପ୍ରତିଷ୍ଠିତ କମ୍ପାନୀ, ଦୀର୍ଘ ସମୟରୁ ନିଜର ସ୍କୁଟର ଓ ବାଇକ୍ ପାଇଁ ଏହା ଦେଶର ଘରେ ଘରେ ପରିଚିତ। ନିକଟରେ ବଜାଜ ଚେତକ ଇଲେକ୍ଟ୍ରିକ୍ ସ୍କୁଟର ବଜାରରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ଉଲ୍ଲେଖନୀୟ ପ୍ରଦର୍ଶନ ଲାଗି ଏହି ସ୍କୁଟରକୁ ଲୋକେ ବେଶ୍ ପସନ୍ଦ କରୁଛନ୍ତି। ଏବେ ବଜାଜ ଏହି ଇଲେକ୍ଟ୍ରିକ୍ ସ୍କୁଟରକୁ ହାଇଡ୍ରୋଜେନରେ ଚାଲିପାରୁଥିବା ସ୍କୁଟରରେ ପରିବର୍ତ୍ତିତ କରିବାକୁ ଯୋଜନା କରିଛି। ବଜାଜ ସ୍କୁଟରର ବଢୁଥିବା ଚାହିଦାକୁ ନଜରରେ ରଖି ବଜାଜ ଏହି ନିଷ୍ପତ୍ତି ନେଇଛି, ଯାହା ପାଣିରେ ବି ଚାଲି ପାରିବ।

ନିକଟରେ ବଜାଜ ଚେତକର ପେଟେଣ୍ଟ ହୋଇଥିଲା। ଏବେ ଏହାକୁ ଲଞ୍ଚ କରିବାକୁ ପ୍ରସ୍ତୁତି କରାଯାଉଛି। ବଜାଜ ନିକଟରେ ତାଙ୍କ ହାଇଡ୍ରୋଜେନ ସ୍କୁଟରର ଅଧିକାରୀକ ସୂଚନା ପ୍ରଦାନ କରିଛନ୍ତି। ଏଥିରେ ହାଇଡ୍ରୋଜେନ ଫୁଏଲ ସିଷ୍ଟମର ଉପଯୋଗ ହେବ, ଯାହାର ଅର୍ଥ ହେଉଛି ଏହି ସ୍କୁଟର ପାଣିରେ ଚାଲିବ। ଏହି ସ୍କୁଟରରେ ହାଇଡ୍ରୋଜେନ ଫୁଏଲସେଲ୍ ଉପଯୋଗ କରି ଇଞ୍ଜିନ ତିଆରି କରାଯାଇଛି, ଯାହା ୧ ଲିଟର ପାଣିରେ ୨୮୦ କିଲୋମିଟର ପର୍ଯ୍ୟନ୍ତ ଚାଲି ପାରିବ।

ଏହାର ଡିଜାଇନ ବଜାଜ ଚେତକ ଇଲେକ୍ଟ୍ରିକ୍ ସ୍କୁଟର ଭଳି ହେବ। ଯାହା ସମସ୍ତ ଆଧୁନିକ ଫିଚର ଓ କ୍ଲାସିକ୍ ଡିଜାଇନର ହେବ। ତେବେ ଏହି ହାଇଡ୍ରୋଜେନରେ ଚାଲୁଥିବା ସ୍କୁଟରର ଲଞ୍ଚ ତିଥି ଓ ବଜାର ମୂଲ୍ୟ ନେଇ ଏ ପର୍ଯ୍ୟନ୍ତ କୌଣସି ସୂଚନା ଆସି ନାହିଁ। ତେବେ କିଛି ରିପୋର୍ଟ ଅନୁସାରେ ଆପଣ ବଜାଜ ଚେତକ ହାଇଡ୍ରୋଜନ ସ୍କୁଟରକୁ ୨୦,୦୦୦ ଟଙ୍କା ଡାଉନ ପେମେଣ୍ଟ ଦେଇ କ୍ରୟ କରିପାରିବେ। ଯେତେବେଳେ ଏହାର ବଜାର ମୂଲ୍ୟ ଜଣାପଡିବ ସେତେବେଳେ ଏହି ଅଫର ମଧ୍ୟ ରହିବ।