କଟକ: କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ବ୍ୟାଡମିଣ୍ଟନ ଓ୍ବାର୍ଲ୍ଡ ଫେଡେରେସନ ଟୁର୍ଣ୍ଣାମେଣ୍ଟ। ଏଥିରେ ଆଜି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଇଣ୍ଡୋର ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଦେଶ ବିଦେଶରୁ ଆସିଥିବା ଖେଳାଳି ଓ ଆୟୋଜକଙ୍କ ସହ ମୁଖ୍ୟମନ୍ତ୍ରୀ ମିଶିଵା ସହ ଟୁର୍ଣ୍ଣାମେଣ୍ଟ ଭିତ୍ତିଭୂମି ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟର ସହରାଞ୍ଚଳରେ ଥିବା କ୍ରୀଡା ଭିତ୍ତିଭୂମି ଗ୍ରାମାଞ୍ଚଳରେ ତିଆରି କରିଵା ପାଇଁ ରାଜ୍ୟ ସରକାର ଯୋଜନା ରଖିଛନ୍ତି। ରାଜ୍ୟର ସବୁ ବ୍ଲକରେ ଅତ୍ୟାଧୁନିକ ସୁବିଧା ଥିବା ଷ୍ଟାଡିୟମ୍ ନିର୍ମାଣ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଦୋହରାଇଛନ୍ତି। ରାଜ୍ୟ ଖୁବ୍ ଶୀଘ୍ର ଦେଶର କ୍ରୀଡା ରାଜଧାନୀ ହେବାକୁ ଯାଉଛି ବୋଲି ଏହି ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଓ୍ବାର୍ଡ ବ୍ୟାଡମିଣ୍ଟନ ଫେଡେରେସନ୍ ଓଡିଶା ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟରେ ଚଳିତ ବର୍ଷ ୧୭ଟି ଦେଶର ୩୭୭ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି।