ପୁରୀ ୦୭।୦୪ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ। ଭିତର କାଠ ନିକଟରେ ରକ୍ତ ପଡ଼ିଥିବାରୁ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ହୋଇଛି। ବଡ଼ ମହାସ୍ନାନ ଲାଗି ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Also Read:-Madam President: ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ, ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ

ଖବର ଅନୁଯାୟୀ, ମଙ୍ଗଳ ଆଳତୀ ପରେ ବଡ଼ଦେଉଳରେ ଚାଲିଥିଲା ମହାପ୍ରଭୁଙ୍କ ଦର୍ଶନ । ଏହି ସମୟରେ ଶ୍ରୀମନ୍ଦିର ଭିତରକାଠ ନିକଟରେ ରକ୍ତ ପଡ଼ିଥିବାର ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ଜଣାଯାଇଥିଲା । ପ୍ରଶାସନ ଏବଂ ସେବାୟତଙ୍କ ନିଷ୍ପତ୍ତି ଅନୁସାରେ ବଡ଼ଦେଉଳରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ହୋଇଥିଲା । ଯାହାଫଳରେ କିଛି ସମୟ ପାଇଁ ସାଧାରଣ ଦର୍ଶନରେ କଟକଣା ଲଗାଯାଇଛି । ବଡ଼ ମହାସ୍ନାନ ଶେଷ ପରେ ପୁନର୍ବାର ମହାପ୍ରଭୁଙ୍କ ଦର୍ଶନ ସୁରୁଖୁରୁରେ ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।