ନୂଆଦିଲ୍ଲୀ : ବିଭିନ୍ନ କାରଣରୁ ବିଶ୍ବରେ ଉତ୍ତେଜନା ଏବେ ଚରମ ସୀମାରେ । ମଧ୍ୟପ୍ରାଚ୍ୟ ଯୁଦ୍ଧ ଭଳି ଘଡ଼ିସନ୍ଧି ମୁହୂର୍ତ୍ତ ସେପଟେ ସରୁନି ଋଷ-ୟୁକ୍ରେନ୍ ଲଢେଇ । ଏହି ପରିସ୍ଥିତିରେ ସୋସିଆଲ ମିଡିଆରେ ପୁଣି ବାବା ଭେଙ୍ଗାଙ୍କୁ ନେଇ ଚର୍ଚ୍ଚା। ଭାଇରାଲ୍ ପୋଷ୍ଟଗୁଡ଼ିକ ତୃତୀୟ ବିଶ୍ବଯୁଦ୍ଧର ଭବିଷ୍ୟବାଣୀ ଏବଂ ଏହାର ସମ୍ଭାବ୍ୟ ସମାପ୍ତି ବିଷୟରେ ମଧ୍ୟ ଇଙ୍ଗିତ କରୁଛି। ତେବେ ଯୁଦ୍ଧ ସଂପର୍କୀତ ଏହି ଦାବିଗୁଡ଼ିକ ବ୍ୟାପକ ଚିନ୍ତା ସହ କୌତୁହଳ ବି ସୃଷ୍ଟି କରିଛି। କିନ୍ତୁ ଏହା କେତେ ସତ, ନା ଆଶଙ୍କା, ଅନୁମାନ?

ବୁଲଗେରିଆର ବାବା ଭେଙ୍ଗାସେ ଜଣେଦୃଷ୍ଟିହୀନ ମହିଳା କିନ୍ତୁ ତାଙ୍କ ପାଖରେ ଥିଲା ଭବିଷ୍ୟ କହିବାର ଅସାଧାରଣ ଶକ୍ତିସେ କହିଥିବା ଅନେକ କଥା ତାଙ୍କ ଜୀବିତାବସ୍ଥାରେ ଏବଂ ତାଙ୍କ ମୃତ୍ୟୁ ପରେ ବି ସତ ହୋଇଛିବାବା ଭେଙ୍ଗାଙ୍କ ଜନ୍ମ ୩୧ ଜାନୁଆରୀ ୧୯୧୧ରେ ବୁଲଗେରିଆ ରେ ହୋଇଥିଲାତାଙ୍କ ନାଁ ବେଞ୍ଜେଲିଆ ପାଣ୍ଡେବା ଗୁଷ୍ଟେରୋବାକିନ୍ତୁ ତାଙ୍କୁ ସାରା ବିଶ୍ବ ଭେଙ୍ଗା ବାବା ନାଁରେ ଜାଣେମାତ୍ର ୧୨ ବଷ ବୟସରେ ସେ ତାଙ୍କ ଦୃଷ୍ଟିଶକ୍ତି ହରାଇଥିଲେକିନ୍ତୁ ପ୍ରତିବଦଳରେ ସେ କିଛି ଅସାଧାରଣ ଶକ୍ତି ପାଇଥିଲେ ବୋଧହୁଏବୁଲଗେରିଆର ବେଲାସିକା ପାହାଡ ପାର୍ଶ୍ବରେ ଥିବା ରୁପାଇଟ୍ ଅଞ୍ଚଳରେଜୀବନ ବିତାଇଥିବା ବାବା ଭେଙ୍ଗା କିନ୍ତୁ ଯୁରୋପରେ ଥିଲେ ବେଶ୍ପ୍ରସିଦ୍ଧବିଶେଷକରିପୁର୍ବ ୟୁରୋପରେ ୧୯୭୦ ଏବଂ ୧୯୮୦ ଦଶନ୍ଧୀରେ ନିଜ ଦିବ୍ୟଦୃଷ୍ଟି ଏବଂ ପୂର୍ବଜ୍ଞାନ ର କ୍ଷମତା ପାଇଁସେ ଅଧିକପ୍ରସିଦ୍ଧିଲାଭ କରିଥିଲେ। ବାବା ଅନେକ ବର୍ଷ ପାଇଁ ଆଗୁଆ ଭବିଷ୍ୟବାଣୀ କରିଯାଇଛନ୍ତିଏମିତି କହିଲେ ବାବାଙ୍କ ଅନେକ ଭବିଷ୍ୟବାଣୀ ମଧ୍ୟ ସତ ପ୍ରମାଣିତ ହୋଇଛି।ତଥାପି, ଇତିହାସକାର ଏବଂ ବିଶ୍ଳେଷକମାନେ ଉଲ୍ଲେଖ କରନ୍ତି ଯେ ତାଙ୍କର ଅଧିକାଂଶ ଭବିଷ୍ୟବାଣୀ କେବେବି ଆନୁଷ୍ଠାନୀକ ଭାବେ ବା ଲିଖିତ ଭାବରେ ରେକର୍ଡ କରାଯାଇ ନଥିଲା। ସେଗୁଡ଼ିକ ପରୋକ୍ଷ ଭାବରେ ପ୍ରସାରିତ ହୋଇଥିଲା, ଯାହା ସବୁ ଯାଞ୍ଚ କରିବା ବା ପ୍ରମାଣ କରିବା ବେଶ୍ କଷ୍ଟକର ହୋଇଥିଲା। ଏବେ ପ୍ରଶ୍ନ ବାବା ଭେଙ୍ଗା ପ୍ରକୃତରେ ତୃତୀୟ ବିଶ୍ବଯୁଦ୍ଧ ଓ ତାର ଅନ୍ତ ବିଷୟରେ କରିଥିଲେ କି ଭବିଷ୍ୟବାଣୀ ?

ବାବା ଭେଙ୍ଗା ତାଙ୍କ ଜୀବିତାବସ୍ଥାରେ , ୨୦୨୬ରେ ଏକ ଯୁଦ୍ଧର ଆରମ୍ଭ ଏବଂ ଶେଷ ନେଇ ଭବିଷ୍ୟବାଣୀ କରିଥିଲେ। ଯଦିଓ ଏହାର କୌଣସି ଠୋସ୍ ପ୍ରମାଣ ନାହିଁ। ହଁ କେବଳ ଏତିକି କହିପାରିବା ବିଶ୍ବବ୍ୟାପୀ ଅଶାନ୍ତି ଓ ସଂଘର୍ଷ ବିଷୟରେ ଭେଙ୍ଗାଙ୍କ ଠାରୁ ପୂର୍ବ ଚେତାବନୀ ମିଳିଥିଲା। ଯାହାର କିଛି ନିର୍ଦ୍ଦିଷ୍ଟ ସମୟସୀମା ନିର୍ଦ୍ଧାରିତ କରିନଥିଲେ ସେ । ଯାହାକୁ ନେଇ ବିଶେଷଜ୍ଞମାନେ ଅନିଶ୍ଚିତତା ସହ ଭିନ୍ନ ମତ ରଖନ୍ତି ।

ବଡ଼ କଥା ହେଉଛି ସାଧାରଣ ଲୋକମାନେ କୌଣସି ଅନିଶ୍ଚିତତା କିମ୍ବା ଯୁଦ୍ଧ ପରିସ୍ଥିତି ଭିତରେ ପଜିଟିଭ୍ କଥା ଅପେକ୍ଷା ନେଗେଟିଭ କଥାକୁ ଅଧିକ ବିଶ୍ବାସ କରିଥାନ୍ତି। ଆଉ ଏହି ସମୟରେ ଲୋକମାନେ ସାଧାରଣତଃ କୌଣସି ସ୍ପଷ୍ଟୀକରଣ ସନ୍ଧାନରେ ଥାଆନ୍ତି। ସେମିତି ପରିସ୍ଥିତିରେ ଭବିଷ୍ୟବାଣୀ ଲୋକମାନଙ୍କୁ ଖୁବ୍ ଆକର୍ଷିତ କରେ। କିନ୍ତୁ ବିଦ୍ବାନ ଏବଂ ବିଶେଷଜ୍ଞ ଏପରି ଭବିଷ୍ୟବାଣୀକୁ ଅନ୍ଧ ଭାବରେ ଗ୍ରହଣ କରିବାକୁ ଚେତାବନୀ ଦିଅନ୍ତି। କାହିଁକିନା, ଅନେକ ଭାଇରାଲ ପୋଷ୍ଟ କେବଳ ମନଗଢ଼ା କାହଣୀ। ବିଶ୍ବ ସଂଘର୍ଷ ସମ୍ପର୍କରେ ଆଲୋଚନା ଏକ ଗମ୍ଭୀର ବିଷୟ। ତଥାପି, ଯାଞ୍ଚ ନ ହୋଇଥିବା ଭବିଷ୍ୟବାଣୀ ଉପରେ ନିର୍ଭର କରିବା ଅନାବଶ୍ୟକ। ଅନୁମାନ ଉପରେ ଆଧାରିତ ଦାବି ଅପେକ୍ଷା ବିଶ୍ବସନୀୟ ଖବରର ଉତ୍ସ ଏବଂ ସରକାରୀ ସୂଚନା ଉପରେ ନିର୍ଭର କରିବା ଗୁରୁତ୍ବପୂର୍ଣ୍ଣ।

ବାବା ଭାଙ୍ଗା ୨୦୨୬ରେ ତୃତୀୟ ବିଶ୍ବଯୁଦ୍ଧ ସଂପର୍କରେ ନିର୍ଦ୍ଦିଷ୍ଟ ଭାବେ କିଛି ଭବିଷ୍ୟବାଣୀ କରିଥିବାର କୌଣସି ନିର୍ଭରଯୋଗ୍ୟ ପ୍ରମାଣ ନାହିଁ। ଅଧିକାଂଶ ପ୍ରସାରିତ କାହାଣୀରେ ସତ୍ୟତା ଅପେକ୍ଷା ବାଖ୍ୟା ବେଶି । ତେଣୁ, ପାଠକମାନଙ୍କୁ ଏହି ଦାବିଗୁଡ଼ିକୁ ସତର୍କତାର ସହିତ ଗ୍ରହଣ କରିବାକୁ ଏବଂ ବିଶ୍ବର ଘଟଣାଗୁଡ଼ିକୁ ଭଲ ଭାବରେ ବୁଝିବା ଓ ସୂଚନା ଆଗ୍ରହୀ ହେବା ଦରକାର । ଏହା ବି ଯୁକ୍ତି ଯେ, ବର୍ତ୍ତମାନର ଯୁଦ୍ଧ ଜନୀତ ଉତ୍ତେଜନା ଏବଂ ଧ୍ବଂସ ଲୀଳା ଆଶଙ୍କାକୁ ବଢାଏ । ପରିଣତିର ଚିନ୍ତା ବଢାଏ ଭୟ । ସେଥଲାଗି ଛାଇଯାଏ ଭବିଷ୍ୟବାଣୀ ଏବଂ ଭବିଷ୍ୟବିତ୍ ମାନଙ୍କ ଖବର ଯ ଠିକ୍ ଯେମିତି ବାବା ଭେଙ୍ଗାଙ୍କ କଥା ।

 Also Read- ୪୬ ବର୍ଷ ପରେ ଇରାନରେ SEAL Team 6, ଇରାନରୁ USA ପାଇଲଟ୍‌ ଉଦ୍ଧାର: ଜାଣନ୍ତୁ କେମିତି ଥିଲା ଏହି ଗୁପ୍ତ ରେସ୍କ୍ୟୁ ଅପରେସନ୍‌