ନୂଆଦିଲ୍ଲୀ: ଏଥର ଇଥାନଲ ଓ ପେଟ୍ରୋଲର ଟେନସନକୁ ମାର ଗୁଳି। ଆସିଗଲା ଇ-ବାଇକ। ଥରେ ଚାର୍ଜ କଲେ ୨୬୦ କିଲୋମିଟର ପର୍ଯ୍ୟନ୍ତ ଚାଲିବ। ନା ଇ-୨୦ର ଟେନସନ ରହିବ ନା ମହଙ୍କା ପେଟ୍ରୋଲର ଭୟ ଡରାଇବ। ଭାରତୀୟ ଇଲେକ୍ଟ୍ରିକ୍ ଦୁଇଚକିଆ ବଜାରକୁ ଆଉ ଏକ ନୂଆ କମ୍ପାନୀ ପ୍ରବେଶ କରିଛି। Samarth E-Mobilityର ନୂଆ ବ୍ରାଣ୍ଡ Avore Electric ନିଜର ପ୍ରଥମ ଇଲେକ୍ଟ୍ରିକ୍ ମୋଟରସାଇକେଲ୍ Avore EX ସିରିଜକୁ ଭାରତରେ ଲଞ୍ଚ କରିଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏହି ବାଇକ୍‌ର ଉନ୍ମୋଚନ କରିଛନ୍ତି।

କମ୍ପାନୀ ଏହି ମୋଟରସାଇକେଲକୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଟେକ୍ନୋଲୋଜୀ ପ୍ଲାଟଫର୍ମରେ ଡେଭଲପ କରିଥିବା ଦାବି କରିଛି। ପାରମ୍ପରିକ ମୋଟରସାଇକେଲର ରାଇଡିଂ ଅନୁଭୂତି ସହ ଆଧୁନିକ ଇଭି ଟେକ୍ନୋଲୋଜିକୁ ଦୂରତ୍ୱକୁ ଭରିବା ଏହାର ଲକ୍ଷ୍ୟ ବୋଲି କମ୍ପାନୀ କହିଛି।

ଦାମ କେତେ?

କମ୍ପାନୀ EX1, EX2 ଏବଂ EX2S ନାଁରେ ତିନୋଟି ଭାରିଆଣ୍ଟ ଲଞ୍ଚ କରିଛି। Avore EX ସିରିଜ୍ର ପ୍ରାରମ୍ଭିକ ଏକ୍ସ-ଶୋରୁମ ମୂଲ୍ୟ ୧,୨୪,୯୯୯ ଟଙ୍କା ରଖାଯାଇଛି। ପ୍ରଥମ ୧୦ ହଜାର ଗ୍ରାହକଙ୍କ ପାଇଁ ଏହି ପ୍ରାରମ୍ଭିକ ମୂଲ୍ୟ ରହିଛି। ଏହାପରେ ମୂଲ୍ୟ ୧.୩୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି କମ୍ପାନୀ ସୂଚନା ଦେଇଛି। ସବୁଠାରୁ ବଡ଼ କଥା ହେଲା ଏହି ବାଇକର ରେଞ୍ଜ୍। ଏହା ଗ୍ରାହକଙ୍କୁ ଖୁସୀ କରିଦେବ।

୨୬୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ୍, ବୁକିଂ ଓ ଡେଲିଭରି

ଏହି ଇଲେକ୍ଟ୍ରିକ୍ ବାଇକର ସବୁଠୁ ବଡ଼ ବିଶେଷତା ହେଉଛି ଏହାର ମାଇଲେଜ୍ ବା ରେଞ୍ଜ୍। କମ୍ପାନୀର ସୂଚନା ଅନୁସାରେ, Avore EX ସିରିଜ୍ IDC ସାର୍ଟିଫାଏଡ୍ ସର୍ବାଧିକ ୨୬୦ କିଲୋମିଟର ରେଞ୍ଜ ପ୍ରଦାନ କରିବ। ତେଣୁ ଦୂରଯାତ୍ରା ପାଇଁ ଏହି ବାଇକ ସମ୍ପୂର୍ଣ୍ଣ ଉପଯୋଗୀ ହେବ ବୋଲି କମ୍ପାନୀ ଦାବି କରିଛି। Avore EXରେ ୧୫୦୦ ୱାଟର ଅନବୋର୍ଡ ଫାଷ୍ଟ ଚାର୍ଜର ଦିଆଯାଇଛି। ଏହାକୁ କୌଣସି ବିଶେଷ ଚାର୍ଜିଂ ଷ୍ଟେସନର ଆବଶ୍ୟକତା ନାହିଁ। ଘରୋଇ ସାଧାରଣ ବିଦ୍ୟୁତ ସକେଟ୍‌ରେ ହିଁ ବାଇକକୁ ଚାର୍ଜ କରାଯାଇପାରିବ। ଯେକୌଣସି ଷ୍ଟାଣ୍ଡାର୍ଡ 5A କିମ୍ବା 15A କାନ୍ଥରେ ଲାଗିଥିବା ସକେଟରେ ପ୍ଲଗ୍ ଚାର୍ଜ କରିପାରିବେ।

Avore EX ସିରିଜର ଟପ୍ ଭାରିଆଣ୍ଟ EX2Sର ସର୍ବାଧିକ ବେଗ( ଟପ ସ୍ପିଡ୍) ଘଟଣ୍ଟା ପ୍ରତି ୧୧୪ କିଲୋମିଟର ହେବ ବୋଲି କମ୍ପାନୀ ଦାବି କରିଛି। Avore EX ଇଲେକ୍ଟ୍ରିକ୍ ମୋଟରସାଇକେଲ୍ ପାଇଁ ୭୯୯ ଟଙ୍କା ଦେଇ ବୁକିଂ କରାଯାଇପାରିବ। କମ୍ପାନୀ କହିଛି ଯେ, ଆସନ୍ତା ଦୁଇ ମାସ ମଧ୍ୟରେ ଗ୍ରାହକଙ୍କୁ ଡେଲିଭରି ଆରମ୍ଭ ହେବ।

ଭାରତୀୟ EV ବଜାରରେ ନୂଆ ପ୍ରତିଦ୍ୱନ୍ଦ୍ୱୀ

ଭାରତରେ ଇଲେକ୍ଟ୍ରିକ୍ ସ୍କୁଟର ବଜାର ଦ୍ରୁତ ଗତିରେ ବଢ଼ୁଥିବା ବେଳେ, ପରଫର୍ମାନ୍ସ-ଭିତ୍ତିକ ଇଲେକ୍ଟ୍ରିକ୍ ମୋଟରସାଇକେଲ୍ ସେଗମେଣ୍ଟରେ Avore Electric ପ୍ରବେଶ କରିଛି। ଅଧିକ ରେଞ୍ଜ, ଘରେ ଚାର୍ଜିଂ ସୁବିଧା ଓ ସ୍ୱଦେଶୀ ଟେକ୍ନୋଲୋଜୀ ଉପରେ ଗୁରୁତ୍ୱ ଦେଇ କମ୍ପାନୀ ଭାରତୀୟ ବଜାରରେ ନିଜର ସ୍ଥାନ ସୃଷ୍ଟି କରିବାକୁ ଉଦ୍ୟମ କରୁଛି। ବର୍ତ୍ତମାନ ଭାରତରେ ଇ-ଲେକ୍ଟ୍ରିକ ସ୍କୁଟିରେ ପ୍ରଚଳନ ଅଧିକ ରହିଛି, ହେଲେ ବାଇକର ଲୋକପ୍ରିୟତା ସେତେ ନାହିଁ। ତେଣୁ ଯଦି ଏହା ଗ୍ରାହକଙ୍କୁ ପସନ୍ଦ ଆସିଲା ତେବେ କମ୍ପାନୀ ଖୁବ୍ ଲାଭ ଆୟ କରିପାରେ।

୨୦% ରୁ ୮୦% ଚାର୍ଜ: ପ୍ରାୟ 2 ଘଣ୍ଟା।
୦% ରୁ ୧୦୦% ଚାର୍ଜ: ପ୍ରାୟ ୪ ଘଣ୍ଟା।
ୱାରେଣ୍ଟି: ବ୍ୟାଟେରୀ ପ୍ୟାକ୍ ୫ ବର୍ଷ/ ୬୦,୦୦୦ କିମି ୱାରେଣ୍ଟି ସପୋର୍ଟେଡ୍।

Also Read- 2027 Kawasaki Ninja 300 ଭାରତରେ ଲଞ୍ଚ: ଡିଜାଇନ ଚେଞ୍ଜ୍, ଟିକେ ମହଙ୍ଗା

ଏହାର ବ୍ୟାଟେରୀରେ ଏକ ଖାସ୍ ସ୍ପ୍ଲିଟ୍ ପ୍ୟାକ ଏନର୍ଜୀ ଆର୍କିଟେକ୍ଚରର ବ୍ୟବହାର କରାଯାଇଛି। ଏହା ତାପଜ ପରିଚାଳନାକୁ ଅପ୍ଟିମାଇଜ୍ କରିବା ଏବଂ ଗୁରୁତ୍ୱାକର୍ଷଣ କେନ୍ଦ୍ରକୁ କମ୍ ରଖିବା ପାଇଁ ସେଲ୍ ଗୁଡ଼ିକୁ ପାଖରେ ପାଖରେ ସ୍ଥାପନ କରେ।

Avore EXର ତିନୋଟି ଭାରିଆଣ୍ଟ: କେଉଁ ମଡେଲରେ କ'ଣ ରହିଛି?

Avore Electric EX1 (ବେସ୍ ଭାରିଆଣ୍ଟ)

  • ସର୍ବାଧିକ ପାୱାର:୭.୫ kW ପର୍ଯ୍ୟନ୍ତ
  • ସର୍ବାଧିକ ବେଗ:୧୦୦ କିମି/ଘଣ୍ଟା
  • ଆଇଡିସି ସାର୍ଟିଫାଏଡ୍ ରେଞ୍ଜ:୧୬୦ କିଲୋମିଟର
  • ରଙ୍ଗ ବିକଳ୍ପ: ସିଙ୍ଗଲ୍-ଟୋନ୍ ପେଣ୍ଟ ସ୍କିମ୍ –ଷ୍ଟାରଲାଇଟ ବ୍ଲୁ, ମେଟେରୋ ରେଡ୍ ଏବଂ ଷ୍ଟେଲାର ବ୍ଲାକ୍

Avore Electric EX2 (ମିଡ୍ ଭାରିଆଣ୍ଟ)

  • ସର୍ବାଧିକ ପାୱାର:୧୦.୫ kW ପର୍ଯ୍ୟନ୍ତ
  • ସର୍ବାଧିକ ବେଗ: ୧୦୦ କିମି/ଘଣ୍ଟା
  • ଆଇଡିସି ସାର୍ଟିଫାଏଡ୍ ରେଞ୍ଜ: ୨୫୫ କିଲୋମିଟର
  • ରଙ୍ଗ ବିକଳ୍ପ: ପ୍ରିମିୟମ୍ ଡୁଆଲ୍-ଟୋନ୍ ପେଣ୍ଟ ସ୍କିମ୍ –ଷ୍ଟାରଲାଇଟ ବ୍ଲୁ, ମେଟେରୋ ରେଡ୍ ଏବଂ ଷ୍ଟେଲାର ବ୍ଲାକ୍

Avore Electric EX2S (ଫ୍ଲାଗ୍ଶିପ୍ ଭାରିଆଣ୍ଟ)

  • ସର୍ବାଧିକ ପାୱାର:୧୦.୫ kW ପର୍ଯ୍ୟନ୍ତ
  • ସର୍ବାଧିକ ବେଗ:୧୧୪ କିମି/ଘଣ୍ଟା
  • ଆଇଡିସି ସାର୍ଟିଫାଏଡ୍ ରେଞ୍ଜ: ୨୬୦ କିଲୋମିଟର
  • ରଙ୍ଗ ବିକଳ୍ପ: ପ୍ରିମିୟମ୍ ଡୁଆଲ୍-ଟୋନ୍ ପେଣ୍ଟ ସ୍କିମ୍ –ଷ୍ଟାରଲାଇଟ ବ୍ଲୁ, ମେଟେରୋ ରେଡ୍ ଏବଂ ଷ୍ଟେଲାର ବ୍ଲାକ୍