ନୂଆଦିଲ୍ଲୀ, ୦୭/୧୦: ଓମାନ ତଟ ନିକଟରେ ହୋର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଏକ ବ୍ୟାବସାୟିକ ଜାହାଜ ଉପରେ ମଙ୍ଗଳବାର ମିସାଇଲ୍ ଆକ୍ରମଣ ହୋଇଛି। ଏଥିରେ ଜାହାଜରେ ଥିବା ୧୨ ଜଣ ସଦସ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ଜଣ ଭାରତୀୟ ନାବିକ । ବିଦେଶ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି।

ମନ୍ତ୍ରଣାଳୟ ଅନୁସାରେ,ପାନାମାର ପତାକା ଲାଗିଥିବା ବ୍ୟାବସାୟିକ ଜାହାଜ‘ଏମ୍ଟି ଅନ୍ ପିସ୍’ ଉପରେ ଆକ୍ରମଣ ଗଭୀର ଚିନ୍ତାର ବିଷୟ। ଶାନ୍ତିଏବଂ ସ୍ଥିରତା ପାଇଁ ବ୍ୟାବସାୟିକ ଜାହାଜ,ନାବିକ ଏବଂ ନାଗରିକ ଭିତ୍ତିଭୂମିକୁ ଟାର୍ଗେଟ୍ କରାଯିବା ବନ୍ଦଉପରେଆଜି ଆକ୍ରମଣ ହୋଇଥିଲା। ଆକ୍ରମଣ ପରେ ଓମାନର ତଟରକ୍ଷୀ ବାହିନୀ ଏବଂ ଅଧିକାରୀମାନଙ୍କ ସହାୟତାରେ ତୁରନ୍ତ ଉଦ୍ଧାର ଅଭିଯାନ ଚଳାଯାଇଥିଲା। ଆହତ ସଦସ୍ୟମାନଙ୍କୁ ଜାହାଜରୁ ସୁରକ୍ଷିତ ଭାବେ ବାହାର କରି ଚିକିତ୍ସା ଲାଗି ଓମାନର ଖାସାବ ସହରରେ ଭର୍ତ୍ତି କରାଯାଇଛି।

Also Read :- ଦଶହରାରେ ଆସୁଛି ବାତ୍ୟା ! ଓଡ଼ିଶାରେ କରିପାରେ ଲ୍ୟାଣ୍ଡଫଲ୍ : ୟୁରୋପୀୟ ସଂସ୍ଥାର ଭୟଙ୍କର ଅନୁମାନ

ଇତିମଧ୍ୟରେ ଭାରତ‘ଏମଟି ଅନ୍ ପିସ୍’ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛି। ବିଦେଶ ମନ୍ତ୍ରଣାଳୟ କହିଛି ଯେ,ସେହି ଅଞ୍ଚଳରେ ଲଗାତର ଜାହାଜଗୁଡ଼ିକ ଉପରେ ହେଉଥିବା ଆକ୍ରମଣ ଭାରତ ଲାଗି ଚିନ୍ତାର ବିଷୟ। ସୂଚନାଥାଉକି,ଫେବ୍ରୁଆରୀ ମାସରୁ ଅଦ୍ୟାବଧି ହୋର୍ମୁଜରେ ବିଭିନ୍ନ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ୧୦୦ ଊର୍ଧ ଭାରତୀୟ ନାବିକ ପ୍ରଭାବିତ ହୋଇଛନ୍ତି। ଏହି ଅବଧି ମଧ୍ୟରେ ୧୧ ଜଣ ଭାରତୀୟ ନାବିକ ପ୍ରାଣ ହରାଇଛନ୍ତି। ନିକଟରେ ସେପ୍ଟେମ୍ବର ୨୩ରେ ଓମାନର ପୂର୍ବତଟ ନିକଟରେ ଭାରତ ଆସୁଥିବା ଏକ ବ୍ୟାବସାୟିକ ଜାହାଜ‘ଏମଭି କେପ୍ ଡାଓ'ଉପରେ ଆକ୍ରମଣ ହୋଇଥିଲା। ସେଥିରେ ଜଣେ ଭାରତୀୟ ନାବିକ ପ୍ରାଣ ହରାଇଥିଲେ। ଅନ୍ୟ ୧୯ ଜଣ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା

ଟାର୍ଗେଟରେ ଅନ୍ୟ ଜାହାଜ

କୃଷ୍ଣସାଗରରେ ମଙ୍ଗଳବାର ପୁଣି ଦୁଇଟି ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ ମାମଲା ସାମ୍ନାକୁ ଆସିଛି। ଭୋର୍ ପ୍ରାୟ ୩ଟା ସମୟରେ ବୁଲଗେରିଆ ଉପକୂଳଠାରୁ ପ୍ରାୟ ୮୦ ମାଇଲ୍ ଦୂରରେ ଦେଶର ସ୍ବତନ୍ତ୍ର ଆର୍ଥିକ ଜୋନରେ ତୁର୍କୀର ଦୁଇଟି ଜାହାଜ ଉପରେ ଡ୍ରୋନ୍ ଦ୍ବାରା ଆକ୍ରମଣ କରାଯାଇଥିଲା। ଆକ୍ରମଣ ଫଳରେ ଟୋଗୋର ପତାକା ଲାଗିଥିବା‘ଆଲ୍ଫା ୱତନ୍’ଜାହାଜ ଗୁରୁତର କ୍ଷତିଗ୍ରସ୍ତ ହୋଇ ସମୁଦ୍ରରେ ବୁଡ଼ି ଯାଇଛି। ଜାହାଜରକ୍ରୁସଦସ୍ୟ ନିଖୋଜ ଅଛନ୍ତି। ସେମାନଙ୍କ ସନ୍ଧାନ ଜାରି ରହିଛି। ପଲାଉର ପତାକା ଲାଗିଥିବା ଅନ୍ୟ ଜାହାଜ‘ଆବେଲ’ରେ ଆକ୍ରମଣ ପରେ ନିଆଁ ଲାଗିଯାଇଥିଲା। ତେବେ ସେଥିରେ ଥିବା ୧୮ ନାବିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୭ ଜଣ ଭାରତୀୟ ଏବଂ ୧୧ ଜଣ ତୁର୍କୀର ନାଗରିକ ସାମିଲରହିଥିଲେ ।