କଣ୍ଟାବାଞ୍ଜି ୦୭।୦୨ : ଘରେ ପଶି ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଚାରିଛକରେ ଥିବା ଟଙ୍କ ରଣାଙ୍କ ଝିଅକୁ ମରଣାନ୍ତକ ଆକ୍ରମଣ । ଘରେ ପଶି ଦୁର୍ବୃତ୍ତମାନେ ତାଙ୍କ ଝିଅକୁ ଆକ୍ରମଣ କରିଛନ୍ତି ।

ଏ ଖବର ବି ପଢନ୍ତୁ:- ଯୌନ ନିର୍ଯାତନା ଅଭିଯୋଗରେ ଅଧ୍ୟାପକ ନିଲମ୍ବିତ, ଆସିନାହିଁ ତଦନ୍ତ ରିପୋର୍ଟ

ଖବର ଅନୁଯାୟୀ, ଯୁବତୀ ଜଣକ ନିଜ ଘରେ ଥିବା ସମୟରେ ପଛ ପଟୁ କିଛି ଦୁର୍ବୃତ୍ତ ଆସି ଆକ୍ରମଣ କରିଥିଲେ । ଏପିରିକି ବ୍ଲେଡ୍ ଓ ବିୟର ବୋତଲରେ ଯୁବତୀଙ୍କୁ ଆକ୍ରମଣ କରାଯାଇଥିଲା । ଯେଉଁଥିରେ ଯୁବତୀଙ୍କ ମୁଣ୍ଡ ଏବଂ ବେକରେ ଗଭୀର ଆଘାତ ଲାଗିଛି । ଯୁବତୀଙ୍କ ପାଟି ଶୁଣି ପରିବାର ଲୋକେ ଦୌଡି ଆସିଥିଲେ ଏବଂ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ବଡ଼ ଡାକ୍ତରଖାନାକୁ ନେବା ପାଇଁ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ଯାଏଁ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି ।

ଏ ଖବର ବି ପଢନ୍ତୁ:- ଦେଶବ୍ୟାପୀ ଓଲା, ଉବେର ଓ ରାପିଡୋ ଡ୍ରାଇଭରଙ୍କ ଧର୍ମଘଟ, ଠପ୍ ହୋଇଯିବ ସେବା