ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ। ଆସିଲା ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ବିଧାନସଭା ନିର୍ବାଚନ ତାରିଖ। ରବିବାର ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଏହି ଚାରି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଭୋଟର ତାଲିକାରେ ବଡ଼ ଆକାରରେ ପରିବର୍ତ୍ତନ କାମ ପୂର୍ବରୁ ସରିଛି ଏବଂ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇସାରିଛି। 

୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ହେବ ନିର୍ବାଚନ

ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ପଶ୍ଚିମବଙ୍ଗରେ ଏପ୍ରିଲ ୨୩ ଏବଂ ୨୯ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ। ସେହିଭଳି ଆସାମ, କେରଳ ଏବଂ ପୁଡୁଚେରୀରେ ଏପ୍ରିଲ ୯ ଏବଂ ତାମିଲନାଡୁରେ ଏପ୍ରିଲ ୨୩ରେ ମତଦାନ ହେବ। ତେବେ ସବୁ ୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଭେଟ ଗଣତି ମେ ୪ରେ ହେବନିର୍ବାଚନ ତାରିଖ ଘୋଷଣା କରି ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର କହିଛନ୍ତି, ଏସବୁ ରାଜ୍ୟ ଏବ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ୮୨୪ ବିଧାନସଭା ସିଟ୍ ରହିଥିବା ବେଳେ ୧୭.୪ କୋଟି ମତଦାତା ଅଛନ୍ତି।​​​​​​​

ଏସବୁ ରାଜ୍ୟରେ ହେବ ଉପନିର୍ବାଚନ

ସେହିଭଳି ଗୋଆ, ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର, ନାଗାଲ୍ୟାଣ୍ଡ ଏବଂ ତ୍ରିପୁରାରେ ଉପନିର୍ବାଚନ ଏପ୍ରିଲ ୯ ଏବଂ ୨୩ରେ ହେବ। ଏପ୍ରିଲ ୯ରେ ଗୋଆ, କର୍ଣ୍ଣାଟକ, ନାଗାଲ୍ୟାଣ୍ଡ ଏବଂ ତ୍ରିପୁରାରେ ଉପନିର୍ବାଚନ ହେବାକୁ ଥିବାବେଳେ ଏପ୍ରିଲ ୨୩ରେ ମହାରାଷ୍ଟ୍ର ଏବଂ ଗୁଜରାଟରେ ଉପନିର୍ବାଚନ ହେବ।

ଆହୁରି ପଢ଼ନ୍ତୁ: ହଟି ପାରିବେକି ଭାରତର ମୁଖ୍ୟ ନିର୍ବାଚନ କମିଶନର, ଜାଣନ୍ତୁ କ’ଣ କହୁଛି ସମ୍ବିଧାନ?

​​ପଶ୍ଚିମବଙ୍ଗରେ ଦୁଇ ପର୍ଯ୍ୟାୟରେ ମତଦାନ

ପଶ୍ଚିମବଙ୍ଗରେ ଏପ୍ରିଲ ୨୩ ଏବଂ ୨୯ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ସେହିଭଳି ଭୋଟଗଣତି ମେ ୪ରେ ହେବ। ପଶ୍ଚିମବଙ୍ଗରେ ବିଧାନସଭା ଆସନ ସଂଖ୍ୟା ୨୯୪ ରହିଥିବା ବେଳେ, ପ୍ରଥମ ପର୍ଯ୍ୟାୟରେ ୧୫୨ଟି ଆସନ ପାଇଁ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୪୨ଟି ଆସନ ପାଇଁ ମତଦାନ ହେବ। ଏଠାରେ ତୃଣମୂଳ କଂଗ୍ରେସ (ଟିଏମସି) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ଜୋରଦାର ଫାଇଟ ଦେଖିବାକୁ ମିଳିବ। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ୨୦୧୧ ମସିହାରୁ ରାଜ୍ୟରେ ଶାସନ କରିଆସୁଛି।

ଆସାମରେ ଏପ୍ରିଲ ୯ରେ ହେବ ଭୋଟ

ଆସାମରେ ଗୋଟିଏ ପର୍ଯ୍ୟାୟରେ ଏପ୍ରିଲ ୯ରେ ହେବ ଭୋଟ। ଏଠାରେ ବର୍ତ୍ତମାନର ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଏବଂ କଂଗ୍ରେସ, ୧୨୬ ବିଧାନସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଭୋଟ ଗଣତି ମେ ୪ ତାରିଖରେ ହେବ।

କେରଳରେ ଏପ୍ରିଲ ୯ରେ ଭୋଟ

କେରଳରେ ଏପ୍ରିଲ ୯ରେ ଭୋଟ ଭୋଟ ହେବ। ରାଜ୍ୟର ୧୪୦ଟି ବିଧାନସଭା ଆସନ ପାଇଁ LDF ଏବଂ UDF ମଧ୍ୟରେ ମୁଖ୍ୟ ଲଢ଼େଇ ହେବ। ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ମଧ୍ୟ ପ୍ରାୟ ୧୦୦ଟି ଆସନ ଜିତିବା ଲକ୍ଷ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରୁଛି ଏବଂ ଏହାର ସହଯୋଗୀ ଦଳ, ଭାରତ ଧର୍ମ ଜନ ସେନା (BDJS) ଏବଂ ଟ୍ୱେଣ୍ଟି୨୦ ମେଣ୍ଟ ଅନ୍ୟ ୪୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଠାରେ ମଧ୍ୟ ଭୋଟ୍ ଗଣତି ମେ ୪ ତାରିଖରେ ହେବ।

ତାମିଲନାଡୁରେ ଏପ୍ରିଲ ୨୩ରେ ଭୋଟ୍ ଗ୍ରହଣ

ତାମିଲନାଡୁର ୨୩୪ଟି ବିଧାନସଭା ଆସନ ପାଇଁ ପ୍ରଚାର ଜୋରଦାର ହୋଇଛି ଏବଂ ଦଳଗୁଡ଼ିକ ସେମାନଙ୍କର ମେଣ୍ଟ ମଧ୍ୟରେ ଆସନ ବଣ୍ଟନ ବ୍ୟବସ୍ଥାକୁ ଚୂଡ଼ାନ୍ତ କରୁଛନ୍ତି। ତାମିଲନାଡୁରେ ଏପ୍ରିଲ ୨୩ରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ଏବଂ ମେ ୪ରେ ଗଣତି ହେବ।

ପୁଡୁଚେରୀରେ ୩୦ଟି ଆସନ ପାଇଁ ଏପ୍ରିଲ ୯ରେ ମତଦାନ

ପୁଡୁଚେରୀ ଏହାର ଷୋଡ଼ଶ ବିଧାନସଭାର ସମସ୍ତ ୩୦ଟି ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ କରିବ। ଏଠାରେ କଂଗ୍ରେସ, ଡିଏମକେ ଏବଂ ସିପିଆଇ ସହିତ ମେଣ୍ଟ କରି ନିର୍ବାଚନ ଲଢ଼ୁଛି। ସେହିଭଳି ଦଳରେ ଅଖିଳ ଭାରତୀୟ ଏନଆର କଂଗ୍ରେସ, ବିଜେପି ଏବଂ ଏଆଇଏଡିଏମକେ ପ୍ରମୁଖ ଅଛନ୍ତି। ପୁଡୁଚେରୀରେ ଭୋଟିଂ ଏପ୍ରିଲ ୯ରେ ହେବ ଏବଂ ଭୋଟ ଗଣତି ମେ ୪ରେ ହେବ। 

ଆହୁରି ପଢ଼ନ୍ତୁ: Tamil nadu election: ବିଜୟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଓ ଟିଭିକେକୁ ୮୦ ଆସନ ଯାଚିଲା ବିଜେପି: ବିଶାଳ ଫ୍ୟାନ୍ ବେସ୍ ଉପରେ ଦଳର ନଜର