ଟାଙ୍ଗୀ ୧୧।୦୭ : ଭିଜିଲାନ୍ସକୁ ଚକମା ଦେଇ ଚମ୍ପଟ ମାରିଲେ ପୋଲିସ ବାବୁ । ନାଚୁଣୀ ଥାନା ASI ଅକ୍ଷୟ ସେଠୀ ଲାଞ୍ଚ ନେଇ ଫେରାର, ଜଳକା ହୋଇଗଲା ଭିଜିଲାନ୍ସ ଟିମ୍ । ଜମି ବିବାଦର ସମାଧାନ ପାଇଁ ଲାଞ୍ଚ ନେଉଥିଲେ ASI ଅକ୍ଷୟ ସେଠୀ । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ରେଡ୍ କରିଥିଲା। ତେବେ ଭିଜିଲାନ୍ସ ଟିମକୁ ଦେଖି ଲାଞ୍ଚ ଟଙ୍କା ଧରି ASI ଫେରାର ହୋଇଯାଇଛନ୍ତି। ଫେରାର ASIଙ୍କୁ ଧରିବା ପାଇଁ ପୋଲିସ ପ୍ରୟାସ କରୁଛି।

Watch Video:-​​​​​​​