ଓ୍ୱାଶିଂଟନ,|୦୭:ହାରୁ ହାରୁ ବର୍ତ୍ତିଗଲା ଆର୍ଜେଣ୍ଟିନା । ଟଳିଗଲା ବଡ଼ ବିପର୍ଯ୍ୟୟ । ଫିଫାର ଗ୍ରୁପ୍ ପର୍ଯ୍ୟାୟ ଏକ ମୁକାବିଲାରେ ଆର୍ଜେଣ୍ଟିନା କେପ୍ ଭର୍ଡେକୁ ପରାସ୍ତ କରିଛି । ଦଳ ୩-୨ରେ ମ୍ୟାଚ୍ ଜିତି ରାଉଣ୍ଡ୍ ଅଫ୍ -୧୬ରେ ପ୍ରବେଶ କରିଛି । ଶନିବାର ମିୟାମି ଗାର୍ଡେନ୍ସରେ ଖେଳାଯାଇଥିବା ମୁକାବିଲାରେ ପ୍ରଥମ ଥର ଖେଳୁଥିବା କେପ୍ ଭର୍ଡେ ଆର୍ଜେଣ୍ଟିନାକୁ ପାଣି ପିଆଇ ଦେଇଥିଲା । ତେବେ ଅତିରିକ୍ତ ସମୟରେ ଅର୍ଥାତ ୧୧୧ତମ ମିନିଟରେ ଆର୍ଜେଣ୍ଟିନା ଗୋଲ୍ କରି ମ୍ୟାଚ୍ ଜିତି ନେଇଥିଲା ।

ଆର୍ଜେଣ୍ଟିନା ବିଜୟର ନିର୍ଣ୍ଣାୟକ କେପ୍ ଭର୍ଡେଙ୍କ ଡିଫେଣ୍ଡର ଡାଇନୀ ବୋର୍ଜେସଙ୍କ ପାଇଁ ଆସିଥିଲା । କ୍ରିଷ୍ଟିଆନ୍ ରୋମେରୋଙ୍କ ଏକ ହେଡରକୁ ଅଟକାଇବା ବେଳେ ଫୁଟବଲ ବୋର୍ଜେସଙ୍କ ଶରୀରରେ ବାଜି ଗୋଲ ପେଷ୍ଟକୁ ଚାଲି ଯାଇଥିଲା । ଫଳରେ ଆର୍ଜେଣ୍ଟିନା ୩-୨ରେ ଆଗୁଆ ରହିଥିଲା । ଯାହା ଶେଷ ଯାଏଁ କାଏମ ରହିଥିଲା ।

ଏହାପୂର୍ବରୁ ଅଧିନାୟକ ଲିଓନେଲ ମେସି ୨୯ ତମ ମିନିଟରେ ଦମଦାର ଗୋଲ୍ କରିଥିଲେ । ଫଳରେ ଆର୍ଜେଣ୍ଟିନା ୧-୦ରେ ଆଗୁଆ ରହିଥିଲା । ଲିସାନ୍ଦ୍ରୋ ମାର୍ଟିନେଜ୍ ଅତିରିକ୍ତ ସମୟରେ ଗୋଲ୍ ଦେଇ ସ୍କୋରକୁ ୨-୧ କରିଥିଲେ । କିନ୍ତୁ କେପ୍ ଭର୍ଡେ କମ୍ ବ୍ୟାକ୍ କରିଥିଲା । ସିଡନୀ ଲୋପେସ୍ କେବ୍ରାଲ ପ୍ରଥମ ଗୋଲ୍ ଦେଇ ବରାବର କରିଥିଲେ । ଏହାପରେ ଡେରାୟ ଡୁଆର୍ଟେ ଦ୍ୱିତୀୟ ଗୋଲ୍ ସ୍କୋର କରିଥିଲେ । ଯାହା ଅର୍ଜେଣ୍ଟିନାର ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।

Also Read :- ଏବେ ଛାଡିବନି ବର୍ଷା ! ଏହି ସବୁ ଜିଲ୍ଲାରେ ପ୍ରବଳ ଛେଚିବ, ଶକ୍ତିଶାଳୀ ହେଉଛି ଲଘୁଚାପ

ମ୍ୟାଚ୍ ଜିତିବା ପରେ ଆର୍ଜେଣ୍ଟିନା ଆଗରେ ଏବେ ରାଉଣ୍ଡ 16ରେ ମିଶର ରହିଛି । ମିଶର ଏହା ପୂର୍ବରୁ ଅଷ୍ଟ୍ରେଲିଆକୁ ମାତ୍ ଦେିଥିଲା । ଉଭୟ ଦଳ ମଙ୍ଗଳବାର ଆଟଲାଣ୍ଟାରେ ସାମ୍ନାସାମ୍ନି ହେବେ ।