ଭୁବନେଶ୍ୱର ୧୩।୦୧: APRASOCON-୨୦୨୬ (Association of Plastic Reconstructive & Aesthetic Surgery Conference) APRASO କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ଏହା APRASO ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍‌ଷ୍ଟୋନ୍‌।  ୯ ଜାନୁଆରୀ ୨୦୨୬ ତାରିଖର ଏହି ଉଦଘାଟନ କାର୍ଯ୍ୟକ୍ରମରେ ଡା. ସମ୍ବିତ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନୂତନ କାର୍ଯ୍ୟାଳୟ ଉଦଘାଟନ ପରେ ଶକ୍ତି ହସ୍ପିଟାଲରେ ଏକ ଭିଡିଓ ୱାର୍କସପ୍‌ ଆୟୋଜିତ ହୋଇଥିଲା। ଯେଉଁଠାରେ ଅଂଶଗ୍ରହଣକାରୀମାନେ ଉତ୍କୃଷ୍ଟ ପ୍ଲାଷ୍ଟିକ୍‌ ସର୍ଜରୀ ଭିଡିଓ ଦେଖିବା ସହ ବିଶେଷଜ୍ଞମାନଙ୍କ ଠାରୁ  ଜ୍ଞାନ ଲାଭ କରିଥିଲେ।

ଏହି ଅବସରରେ ଡା. ବିନିତା ପୁରୀ ମହୋଦୟା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହାସହିତ APRASOର ଅଧ୍ୟକ୍ଷା ଓ APRASOCON ୨୦୨୬ର ଆୟୋଜକ ଅଧ୍ୟକ୍ଷା ଡା. ରୁଚି ଗୁପ୍ତାଙ୍କ ଉପସ୍ଥିତ ଥିଲେ। APRASOର ସଚିବ ଡା. ସଞ୍ଜୟ କୁମାର ଗିରି, ଯୁଗ୍ମ ସଚିବ ଡା. ଉନ୍ମେଷ କୁମାର ଜେନା ଏବଂ ଡା. ଦେବେଶ କୁମାର ରାଉତ ମଧ୍ୟ ଉପସ୍ଥିତ ଥିଲେ।

୧୦ ଜାନୁଆରୀ ୨୦୨୬ ତାରିଖରେ ପାରାଦୀପ ସ୍ଥିତ  ମେଫେୟାର ବେ ରିଜର୍ଟରେ ଶାସ୍ତ୍ରୀୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ପାରାଦୀପ ପୋର୍ଟ ଅଥରିଟିର ଅଧ୍ୟକ୍ଷ ଶ୍ରୀ ପି. ଏଲ୍‌. ହରନ୍ଧ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଡା. ବିନିତା ପୁରୀ  ସମ୍ମାନିତ ଅତିଥି  ଭାବେ ଯୋଗ ଦେଇଥିଲେ।

ସ୍ଥାନୀୟ ପାଇକ ନୃତ୍ୟ ଓ ସଙ୍ଗୀତମୟ ସନ୍ଧ୍ୟା କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା। ବରିଷ୍ଠ ପ୍ଲାଷ୍ଟିକ ସର୍ଜନ ଡା ସୁବ୍ରତ ଜେନାଙ୍କୁ ସଂଗଠନ ପକ୍ଷରୁ ଲାଇଫ ଟାଇମ ଆଚିଭମେଣ୍ଟ ସମ୍ମାନ ଦ୍ୱାରା ସମ୍ମାନିତ କରାଯାଇଛିl ଏହି ଶାସ୍ତ୍ରୀୟ ଉତ୍ସବକୁ ମରୋକ୍କୋରୁ ଆସିଥିବା ଆନ୍ତର୍ଜାତୀୟ ଅଧ୍ୟାପକ ଡା. ଏଲ୍‌ ଓମାରି  ମଉନିଆଙ୍କ ସହିତ ଦେଶର ନାମିଦାମୀ ଅଧ୍ୟାପକ ଡା ଅମରେଶ ବଳିୟାରସିଂ, ଡା ଭେଙ୍କଟ ରମଣ, ଡା ଦୀନେଶ କଦମ, ଡା ଭେଙ୍କଟେଶ୍ୱରଣ  ଆଦି ଯୋଗଦେଇଥିଲେ।