ନୂଆଦିଲ୍ଲୀ: ଅପେକ୍ଷାର ଘଟିଲା ଅନ୍ତ । ଲଞ୍ଚ ହୋଇଛି ଆପଲ୍‌ର ପ୍ରଥମ ଫୋଲ୍ଡେବଲ ଆଇଫୋନ୍ । ଗୁରୁବାର ବିଶ୍ୱର ପ୍ରତିଷ୍ଠିତ ଟେକ୍ କମ୍ପାନି ଆପଲ୍ (Apple) ନିଜର ବାର୍ଷିକ ‘ସରପ୍ରାଇଜ୍ ଆଣ୍ଡ ସାଇନ୍’ ଇଭେଣ୍ଟରେ ଏହି ପ୍ରତୀକ୍ଷିତ ତଥା କମ୍ପାନିର ପ୍ରଥମ ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ iPhone Duoକୁ ଲଞ୍ଚ୍ କରିଛି । ଏହି ଫୋନ୍‌ରେ କମ୍ପାନି ଅନେକ ଏଭଳି ଚମତ୍କାର ଫିଚର୍ସ ଦେଇଛି, ଯାହା ପୂର୍ବରୁ କୌଣସି ଆଇଫୋନ୍‌ରେ ଦେଖିବାକୁ ମିଳିନଥିଲା। କମ୍ପାନିର ନୂଆ ସିଇଓ (CEO) ଜନ୍ ଟର୍ନସ ଲଞ୍ଚ ଇଭେଣ୍ଟରେ ଏହାର ଉନ୍ମୋଚନ କରିଛନ୍ତି।

ସୂଚନାଥାଉକି, iPhone Duo ହେଉଛି ଆପଲ୍‌ର ଏପର୍ଯ୍ୟନ୍ତର ସବୁଠାରୁ ଦାମୀ ଫୋନ୍ । ଏହାର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ରହିଥିବା ବେଳେ, ଟପ୍ ମଡେଲ୍‌ର ଦାମ୍ ସାଢ଼େ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ଭାରତରେ ଏହାର ବୁକିଂ ଆସନ୍ତା ଅକ୍ଟୋବର ୧୬ରୁ ହେବ ଏବଂ ଅକ୍ଟୋବର ୨୩ରୁ ଏହା ବଜାରରେ ଉପଲବ୍ଧ ହେବ ।

iPhone Duo ଫିଚର୍ସ:

ଫୋଲ୍ଡେବଲ୍ ଆଇଫୋନ୍‌ରେ ୫.୪ ଇଞ୍ଚ୍‌ର କଭର୍ ବା ବାହ୍ୟ ଡିସପ୍ଲେ ଏବଂ ଭିତର ପଟେ ୭.୬ ଇଞ୍ଚ୍‌ର ମେନ୍ ସ୍କ୍ରିନ୍ ଦିଆଯାଇଛି । ଏହି ବଡ଼ ସ୍କ୍ରିନ୍ ଆଇପ୍ୟାଡ୍ ମିନି ଭଳି ଅନୁଭୂତି ଦେବ । ଯେଉଁଥିରେ ୟୁଜର ଏକାସହ ଦୁଇଟି ଆପ୍ ଚଲାଇପାରିବେ । ଫୋନ୍‌ରେ ପ୍ରଥମ ଥର ପାଇଁ ଡୁଆଲ୍- ବ୍ୟାଟେରୀ ସିଷ୍ଟମ୍ ବ୍ୟବହାର କରାଯାଇଛି । ଯାହା ଏହାକୁ ଅଧିକ ପାୱାର୍ ବ୍ୟାକଅପ୍ ପ୍ରଦାନ କରିବ । ଏକ ବିଶେଷ ଫିଚର ହେଉଛି ଏହି ସ୍ମାର୍ଟଫୋନ୍‌ରେ ଆପଣ କୌଣସି ପ୍ଲାଷ୍ଟିକ୍ ବା ଫିଜିକାଲ୍ ସିମ୍ କାର୍ଡ ବ୍ୟବହାର କରିପାରିବେ ନାହିଁ । ଏହା କେବଳ ଇ-ସିମ୍ (e-SIM) ସାହାଯ୍ୟରେ ହିଁ ଚାଲିବ।

Also Read: ଲଞ୍ଚ୍ ହେଲା ଆଇଫୋନର ଦମଦାର୍ ମଡେଲ : ରହିଛି ଜବରଦସ୍ତ ଫିଚର୍ସ, ଦାମ୍ ମାତ୍ର ଏତିକି

ସେହିଭଳି କ୍ୟାମେରା ମଧ୍ୟ ସବୁଠୁ ଭିନ୍ନ ରହିଛି। ପ୍ରଥମ ଥର ଏଥିରେ ଡିଏସଏଲଆର ଭଳି ଫିଚର ଦିଆଯାଇଛି। ଏହାବାଦ୍ ଫୋନ୍‌କୁ ସୁପରଫାଷ୍ଟ କରିବା ପାଇଁ ଏଥିରେ ଆଡଭାନ୍ସଡ୍ iOS 27 ସହ A20 ପ୍ରୋ ପ୍ରୋସେସର୍ ଦିଆଯାଇଛି । ପୁଣି ଏହି ଅପରେଟିଂ ସିଷ୍ଟମକୁ କେବଳ ଆଇଫୋନ୍ ଡୁଓ ପାଇଁ ହିଁ ଅପଗ୍ରେଡ୍ କରାଯାଇଛି।