ଭୁବନେଶ୍ୱର, ୩/୧୧ : ନଭେମ୍ବର ୧୩ରୁ ୧୫ ମଧ୍ୟରେ ସାମୁଦ୍ରିକ ଝଡ଼, ପ୍ରବଳ ବାୟୁ ପ୍ରବାହ, ଜୁଆର, ଲଘୁଚାପ ତଥା ବନ୍ୟା ବିତ୍ପାତ ନେଇ ପଞ୍ଜିକାରେ ଆକଳନ ରହିଛି। ପୂର୍ବରୁ ପଞ୍ଜିକାରେ ଯେଉଁ ଗଣନା ରହିଛି ତାହା ସତ ପ୍ରମାଣିତ ହୋଇଥିବାରୁ ପୁଣି ବାତ୍ୟା ଆସିବା ନେଇ ଚର୍ଚ୍ଚା ବଢ଼ିଛି।

ଏନେଇ ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର କହିଛନ୍ତି, ସରକାରଙ୍କ ପାଣିପାଗ ବିଭାଗ ବାତ୍ୟା, ବର୍ଷା ଆସିବାର କିଛିଦିନ ପୂର୍ବରୁ ପୂର୍ବାନୁମାନ କରୁଛି। ମାତ୍ର ଜ୍ୟୋତିଷ ଗଣନାରେ ବାତ୍ୟା, ବର୍ଷା, ଭୂକମ୍ପ ନେଇ ପୂର୍ବାନୁମାନ ବହୁ ପୂର୍ବରୁ ରହିଛି। ସଂକ୍ରାତି ଯେଉଁଦିନ ହୁଏ ରବି ସଂକ୍ରମଣ ଓ ଗ୍ରହ ସ୍ଥିତିକୁ ଦେଖି ପାଣିପାଗ ପୂର୍ବାନୁମାନ କରାଯାଇଥାଏ।

Also Read :- ମାଡ଼ ହେଲା ମୁରାସୁ : ସମୁଦ୍ରରେ ଉଠିଲା ୬ ଫୁଟର ଲହଡ଼ି, ନଭେମ୍ବର ୪ ଯାଏଁ ପ୍ରବଳ ବର୍ଷା

ପାଞ୍ଜିରେ ଭବିଷ୍ୟବାଣୀ

ଅସଲି ଖଡ଼ିରତ୍ନ ପଞ୍ଜିକାରେ ନଭେମ୍ବର ୧୩ରୁ ୧୫ ମଧ୍ୟରେ ବାତ୍ୟା ବା ସାମୁଦ୍ରିକ ଝଡ଼, ଲଘୁଚାପ, ବନ୍ୟା ବିତ୍ପାତରେ ବହୁ କ୍ଷୟକ୍ଷତି ସମ୍ଭାବନା ବ୍ୟକ୍ତ କରାଯାଇଛି। ପଞ୍ଜିକାରେ ଗଣନା ଅନୁଯାୟୀ ଅକ୍ଟୋବର ୨୫ରୁ ୨୯ ତାରିଖ, ଅକ୍ଟୋବର ୩୧ରୁ ନଭେମ୍ବର ୩ ତାରିଖ ମଧ୍ୟରେ ବାତ୍ୟା ଅକଳନ ସତ ପ୍ରମାଣିତ ହୋଇଛି।