ଭୁବନେଶ୍ୱର ୧୬।୦୬ : ସୈନିକ ସ୍କୁଲ ଛକ ନିକଟରେ ପୁଣି ଦୁର୍ଘଟଣା । ସୋମବାର ବିଳମ୍ବିତ ରାତିରେ ସୈନିକ ସ୍କୁଲ ନିକଟ କଲୋନୀ ସାମ୍ନାରେ ଘଟିଥିଲା ଭୟଙ୍କର ଦୁର୍ଘଟଣା । ଯେଉଁଥିରେ ବର୍ତ୍ତମାନ ଯାଏଁ ତିନି ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଆଉ ଏବେ ସୈନିକ ସ୍କୁଲ ଛକରେ ଆଉ ଏକ ଭୟଙ୍କର ଦୁର୍ଘଟଣା ଘଟିଛି ।   

ଖବର ଅନୁଯାୟୀ, ସୈନିକ ସ୍କୁଲ ନିକଟରେ ଏକ ଦମ୍ପତି ସ୍କୁଟର ଯୋଗେ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଉଥିଲେ । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଦମ୍ପତିଙ୍କୁ ଚାପି ଦେଇଥିଲା । ସୈନିକ ସ୍କୁଲ ଦଶରଜା ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି । ଯେଉଁତିରେ ସ୍ୱାମୀ-ସ୍ତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

Also Read:-ରସିକିଆ ପ୍ରଫେସର ! ଛାତ୍ରୀଙ୍କ ଫଟୋ ଭାଇରାଲ କରି ବନ୍ଧାହେଲେ, ପୂର୍ବରୁ ବି ଯାଇଥିଲେ ଜେଲ୍

ଅନ୍ୟପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ମୈତ୍ରୀ ବିହାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହିତ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିବାକୁ ଉଦ୍ୟମ କରୁଛି ପୋଲିସ । କିପରି ଦୁର୍ଘଟଣା ଘଟିଲା, ସେନେଇ ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି ।