ଅନୁଗୋଳ ୧୨।୦୮ : ଆଜି ଅନୁଗୋଳ ବନ୍ଦ। ୧୨ ଘଣ୍ଟିଆ ଅନୁଗୋଳ ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ। ଅନୁଗୋଳରେ ପ୍ରଦୂଷଣର ମାତ୍ର ବଢିବା, ରାସ୍ତାଘଟର ଦୂରାଵସ୍ଥା,ଚିନ୍ତାଜନକ ରାସ୍ତା ଦୁର୍ଘଟଣା,ଆଇନ ଶୃଙ୍ଖଳା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଅସୁବିଧା ନେଇ ଆନ୍ଦୋଳନ ଡାକରା ଦେଇଛି କଂଗ୍ରେସ। ରାସ୍ତାଘଟ,ଦୋକାନ ବଜାର ଏବଂ ବସ୍ ଚଳାଚଳ ବନ୍ଦ ରହିଛି।

ସେହିପରି କଂଗ୍ରେସ କର୍ମୀମାନେ ବିଭିନ୍ନ ଛକରେରେ ପିକେଟିଂ କରିବା ସହ ଲୋକଙ୍କ ସହାୟତା ଲୋଡୁଛନ୍ତି। ପୋଲିସ ଆନ୍ଦୋଳନକାରୀଙ୍କ ଉପରେ ନଜର ରଖିଛି। ସହରର ସବୁ ଜାଗାରେ ପୋଲିସ ମୁତୟନ ହୋଇଛନ୍ତି। ଆଠମଲ୍ଲିକରେ ୧୨ ଘଣ୍ଟିଆ ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଛି। ଆଠମଲ୍ଲିକ ନଗର କଂଗ୍ରେସ ବନ୍ଦରେ ସାମିଲ ହୋଇଛି। ସକାଳୁ ସମସ୍ତ ଯାନ ବାହାନ ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନ ବଜାର ଖୋଲିନାହିଁ। ଛକ ଛକରେ କଂଗ୍ରେସ କର୍ମୀ ମାନେ ପିକେଟିଂ କରୁଛନ୍ତି।

Watch Video:-