ଆନନ୍ଦପୁର : ଗାଁରେ ଘରେ ଘରେ ପାଇପ୍ ସଂଯୋଗ ହୋଇଛି । ହେଲେ ଟ୍ୟାପ୍ ରେ ଆସୁନାହିଁ ପାଣି। ପ୍ରତିବାଦରେ ଶୁକ୍ରବାର ଗାଁର ଶତାଧିକ ମହିଳା ଏକତ୍ରିତ ହୋଇ ଗାଁରେ ଥିବା ପାଣି ଟାଙ୍କି ନିକଟରେ ଧାରଣାରେ ବସିଛନ୍ତି। ଯେ ପର୍ଯ୍ୟନ୍ତ ପାଣି ପହଁଞ୍ଚି ନାହିଁ ସେ ପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି ଚେତାବନୀ ଦେଇଛନ୍ତି ଧାରଣାରତ ମହିଳାମାନେ ।

ଏଭଳି ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ବ୍ଲକ୍ ବାଇଲୋ ପଞ୍ଚାୟତ ୫ନଂ ଓ୍ବାର୍ଡ ଦେହୁରୀସାହି ଠାରେ। ଅଭିଯୋଗ ଅନୁଯାୟୀ ବର୍ଷେ ହେବ ଜଳଯୋଗଣ କାମ ଆରମ୍ଭ ହେଲାଣି । ହେଲେ ଆଖପାଖ ସମସ୍ତ ସାହିକୁ ପାଣି ଯାଉଥିବା ବେଳେ ଦେହୁରୀ ସାହିକୁ ଆଜି ପର୍ଯ୍ୟନ୍ତ ପାଣି ପହଁଞ୍ଚି ପାରିପାରି ନାହିଁ । ବାରାମ୍ବାର ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗେ ହୋଇଛି ।

୨୦ବର୍ଷ ହୋଇଗଲା ନଈରୁ ଆଣି ପାଣି ପିଉଛନ୍ତି ଗ୍ରାମବାସୀ । ସରପଞ୍ଚଙ୍କୁ ଜଣାଇବା ପରେ ସେ ଆଜିକାଲି କହୁଛନ୍ତି। ନଈରୁ କେତେ ପାଣି ମୁଣ୍ଡେଇ ଆଣିବେ ବୋଲି ପ୍ରଶ୍ନ କରିଛନ୍ତି ଗାଁର ନହିଳାମାନେ । ଏମିତିରେ ଖରାଦିନେ ଘର ନଈରୁ ପାଣି ଘର ଚଳାଇବା ମୁସ୍କିଲ୍ ହୋଇ ପଡ଼ିଛି।  ପାଣି ନ ଛାଡ଼ିରେ ରାସ୍ତା ବନ୍ଦ୍ ସହ  ଓଡ଼ିଶା ବନ୍ଦ୍ କରିଦେବାକୁ ଚେତାବନୀ ଦେଇଛନ୍ତି ଗାଁର ମହିଳାମାନେ। ଏବେ ସରକାର ତାଙ୍କ କଥା କେବେ ଶୁଣୁଛନ୍ତି ତାକୁ ହିଁ ଅପେକ୍ଷା...

Also Read- କିଏ ହେବେ ଓଡ଼ିଶାର ନୂଆ ପୁଲିସ ମହାନିର୍ଦ୍ଦେଶକ ? ଚର୍ଚ୍ଚାରେ ସୁଧାଂଶୁ, ସୁଶାନ୍ତ ଓ କୋଚେଙ୍କ ନାଁ ଆଗରେ