ଆନନ୍ଦପୁର: ବୈତରଣୀରେ ବାଲି ମାଫିଆ ସକ୍ରିୟ । ନଦୀ ଗର୍ଭରୁ ଟ୍ରାକ୍ଟର ଯୋଗେ ବାଲି ଉତ୍ତୋଳନ କରି ଶହଶହ ଟ୍ରିପ୍ ଡମ୍ପ କରାଯାଉଛି ।  ଆଉ ସୁବିଧା ଦେଖି ସେହି ଗଚ୍ଛିତ ବାଲିକୁ ଟ୍ରାକ୍ଟର ଓ ବଡ଼ବଡ଼ ହାଇଓ୍ବା ଯୋଗେ ରାତି ଅଧିଆ ବିଭିନ୍ନ ସ୍ଥାନକୁ ପରିବହନ କରାଯାଉଛି । ବିଡ଼ମ୍ବନାର ବିଷୟ ସବୁ ଜାଣି ମଧ୍ୟ ଖଣି ବିଭାଗ, ସ୍ଥାନୀୟ ପ୍ରଶାସନ ଓ ପୋଲିସ ନୀରବ। ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ। ଆନନ୍ଦପୁର ବ୍ଲକ୍ କୁମୁଡ଼ ଗାଁ ନିକଟରେ ଚାଲିଛି ଏଭଳି ବେଆଇନ୍ ବାଲି କାରବାର ।

ଆହୁରି ମଧ୍ୟ ସଂରକ୍ଷିତ ଜଙ୍ଗଲରେ ସ୍ବତନ୍ତ୍ର ରାସ୍ତା ନିର୍ମାଣ କରି ଏଭଳି ଚୋରା କାରବାର ଚାଲିଥିଲେବି ଜଙ୍ଗଲ ବିଭାଗ ମଧ୍ଯ ନିରବ ଦ୍ରଷ୍ଟା ସାଜିଛି । ଚଳିତ ମାସ ୧୭ ତରିଖ ଠାରୁ ମାଫିଆମାନେ ଏଠାରେ ବେଧଡ଼କ ଭାବେ ବାଲି ଉତ୍ତୋଳନ କରିଆସୁଥିଲେ ମଧ୍ଯ କେହି ଏଥିପ୍ରତି ଦୃଷ୍ଟି ଦେଉନଥିବା ସବୁଠାରୁ ବଡ଼ ଆଶ୍ଚର୍ଯ୍ଯର ବିଷୟ ହୋଇଛି ।

Also Read: ୨ ବର୍ଷରେ ପଦ ହରାଇଲେ ୬୧ ସରପଞ୍ଚ, ୯ ସମିତି ଅଧ୍ୟକ୍ଷ: ଦୁର୍ନୀତି ଓ ଅନାସ୍ଥା ନେଇ ବିଧାନସଭାରେ ତଥ୍ୟ ରଖିଲେ ସରକାର

ଏମିତିରେ ସବୁକିଛି ଯଦି ସଲା ସୁତୁରାରେ ଚଲିଥାଏ ତେବେ ଗଚ୍ଛିତ ବାଲିକୁ ଖଣି ବିଭାଗ ତରଫରୁ ନିଲାମ ସମୟରେ ସେହି ମାଫିଆମାନେ ହିଁ ନିଲାମ ଧରିବେ । ଯହାଦ୍ବାରା ପୁଣିଥରେ ଚୋରି ଆଶଙ୍କା ରହିଛି । ସେଥିପାଇଁ ଗଚ୍ଛିତ ବାଲିକୁ ଆଉ ନିଲାମ ନକରି ସ୍ଥାନୀୟ ଅଞ୍ଚଳର ଆବାସୀ ହିତାଧିକାରୀଙ୍କୁ ପ୍ରଦାନ ପାଇଁ ଦାବି ହୋଇଛି।