ନୂଆଦିଲ୍ଲୀ, ୨୨/୦୯ : ମନ୍ତ୍ରୀଙ୍କୁ ଅପହରଣ । ଏକେ-୪୭ ମୁନରେ ମନ୍ତ୍ରୀଙ୍କୁ କିଡନାପ୍ କରିନେଲେ ଦୁର୍ବୃତ୍ତ । ଯାହାକୁ ନେଇ ସବୁଠି ଆତଙ୍କ ଖେଳିଯାଇଛି । ପୋଲିସ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି । କିନ୍ତୁ ମନ୍ତ୍ରୀଙ୍କ କୌଣସି ପତ୍ତା ମିଳିପାରି ନାହିଁ ।

ସୂଚନାନୁସାରେ, ପାକିସ୍ତାନର ଖୈବର ଫଖତୁନଖ୍ୱାରେ ସ୍ପଷ୍ଟ ଦିବାଲୋକରେ ମନ୍ତ୍ରୀ ଫଜଲ ସକୁର୍ ଖାନଙ୍କୁ ଅପହରଣ କରାଯାଇଛି । ମନ୍ତ୍ରୀ ଜଣଙ୍କ ଜନସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱରେ ଥିଲେ । ତାଙ୍କୁ ସୋମବାର ଦିନବେଳା କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଅପହରଣ କରିନେଇଛନ୍ତି । କୁହାଯାଉଛି ଯେ ଫଜଲ କାରରେ ଯାଉଥିବା ବେଳେ ତାଙ୍କୁ ଗାଡି ଟାୟାରକୁ ପ୍ରଥମେ ଗୁଳି ମାଡ଼ କରାଯାଇଥିଲା । ଏହାପରେ ଅପହରଣ କରାଯାଇଥିଲା ।

Also Read :- କଳା ବୁଟକୁ ରାତିରେ ଭିଜାଇ ସକାଳେ ଖାଲି ପେଟରେ ଖାଇଲେ ମିଳିବ ଏଭଳି ଚମତ୍କାରୀ ଫାଇଦା, ଆଉ ଯିବାକୁ ପଡ଼ିବନି ଜିମ

ଅପହରଣର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ଦେଖିବାକୁ ମିଳିଛି ଯେ କିଛି ବ୍ୟକ୍ତି ମୁଖା ପିନ୍ଧିଛନ୍ତି । ସେମାନେ ମୁଖ୍ୟ ରାସ୍ତାକୁ ଜଗିଛନ୍ତି । ଏହାସହ ମନ୍ତ୍ରୀଙ୍କ କାରକୁ ରୋକିବା ପାଇଁ ଗୁଳି ମାଡ଼ କରୁଛନ୍ତି । ତେବେ ଏହି ଦୁର୍ବୃତ୍ତମାନେ କେଉଁ ସଙ୍ଗଠନ ସହ ଜଡିତ ସେନେଇ କିଛି ସୂଚନା ମିଳିନାହିଁ । ଏପରିକି କୌଣସି ସଙ୍ଗଠନ ଘଟଣା ପାଇଁ ନିଜକୁ ଦାୟୀ କରିନି ।

ମନ୍ତ୍ରୀ ଫଜଲ ଖାନଙ୍କ ବ୍ୟତୀତ ପିଟିଆଇ ନେତା ତଥା ବିଧାୟକ ସକିଲ୍ ଅହମ୍ମଦଙ୍କୁ ମଧ୍ୟ ଅପହରଣ କରିବାକୁ ଉଦ୍ୟମ କରାଯାଇଥିଲା । ମଲାକନ୍ଦ ଅଞ୍ଚଳରେ ଦୁର୍ବୃତ୍ତମାନେ ସକିଲଙ୍କୁ ଟାର୍ଗେଟ୍ କରିଥିଲେ । ହେଲେ ସେମାନେ ବିଫଳ ହୋଇଥିଲେ । ଯାହାପରେ ତାଙ୍କ କର୍ମୀମାନେ ସରକାରଙ୍କୁ ଜବାବ ମାଗିଥିଲେ ।