ମୁମ୍ବାଇ : ଟିଭି ଅଭିନେତା ଅଲି ଗୋନି ଏବେ ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ନିକଟରେ ତାଙ୍କୁ ବାନ୍ଦ୍ରାର ଏକ ରେଷ୍ଟୁରାଣ୍ଟ ବାହାରେ ଜଣେ ମିଷ୍ଟ୍ରି ଗାର୍ଲଙ୍କ ସହ ଦେଖିବାକୁ ମିଳିଥିଲା। ଦୁହିଁଙ୍କ ଫଟୋ ଭାଇରାଲ୍ ହେବା ପରେ ସୋସିଆଲ ମିଡିଆ ୟୁଜରଙ୍କ ପ୍ରଶ୍ନ ବର୍ଷା ହୋଇଥିଲା।  କିଏ ପଚାରିଥିଲେ, ଅଲିଙ୍କ ସହ ଏହି ରହସ୍ୟମୟୀ ଝିଅଟି କିଏ। ଆଉ କିଏ ପଚାରିଥିଲେ,  ଅଲି ଜାସମିନ୍ ଭାସିନଙ୍କୁ ଠକିଛନ୍ତି କି? ବିବାଦ ବଢ଼ିବା ପୂର୍ବରୁ, ଅଲି ନିଜ ପ୍ରତିକ୍ରିୟା ଦେଇ ଫ୍ୟାନ୍ସଙ୍କ ଡାଉଟ୍ କ୍ଲିଅର କରିଛନ୍ତି ।

ପ୍ରକୃତରେ ଘଟଣା କିଛି ଏମିତି। ପାପାରାଜିମାନେ ବାନ୍ଦ୍ରାର ଏକ ରେଷ୍ଟୁରାଣ୍ଟ ବାହାରେ ଅଲିଙ୍କୁ ଏକ ରହସ୍ୟମୟୀ ଝିଅ ସହିତ ଦେଖିବାକୁ ପାଇଥିଲେ। ସେମାନେ କ୍ୟାମେରା ପାଇଁ ପୋଜ୍ ମଧ୍ୟ ଦେଇଥିଲେ। କିନ୍ତୁ ଜସମିନ୍ ତାଙ୍କ ସହିତ ନଥିଲେ। ସେ କାଶ୍ମୀରରେ ଛୁଟି କାଟିବାକୁ ଯାଇଛନ୍ତି। ଅଲି ଏବଂ ସେହି ରହସ୍ୟମୟୀ ଝିଅର ଫଟୋ ଓ ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଥିଲା। ସେମାନଙ୍କୁ ଏକାଠି ଦେଖି, ୟୁଜରମାନେ ମନ୍ତବ୍ୟ ଦେଇଥିଲେ, "ଅଲିଙ୍କ ନୂଆ ପ୍ରେମିକା।" ଆଉ ଜଣେ ପ୍ରଶ୍ନ କରିଛନ୍ତି, "ସେ କିଏ?"।

ଫ୍ୟାନ୍ସଙ୍କ ଏତେ ସବୁ ପ୍ରଶ୍ନ ଓ କନଫ୍ୟୁଜନ ଦୂର କରିବା ଅଲି ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ରହସ୍ୟମୟୀ ଝିଅର ପରିଚୟ ପ୍ରକାଶ କରି ଲେଖିଛନ୍ତି, " ସେ ମୋ ଭାଉଜ। ଇଏ କୌଣସି ମିଷ୍ଟ୍ରି ନୁହେଁ।" ପ୍ରେମିକା ଜାସମିନ୍ ଭାସିନ୍ ମଧ୍ୟ ଅଲିଙ୍କ ଏହି ମିଷ୍ଟ୍ରି ଗାର୍ଲଙ୍କ ଉପରେ କମେଣ୍ଟ ଦେଇଛନ୍ତି, " ସେ ମୋର ପ୍ରିୟ । ମୁଁ ଏଥର ତାଙ୍କୁ ଭେଟି ପାରିଲି ନାହିଁ। ସେ ଆମର ସବୁଠାରୁ ପ୍ରିୟ ଭାଉଜ, ତେଣୁ ତୁମେମାନେ ଶାନ୍ତ ରୁହ। " ଜସମିନ୍ ଏବଂ ଅଲି ସେମାନଙ୍କର ପୋଷ୍ଟରେ ସ୍ପଷ୍ଟ କରିଛନ୍ତି ଯେ ସେମାନେ ଏକାଠି ଅଛନ୍ତି ଏବଂ ସେମାନଙ୍କ ମଧ୍ୟରେ କୌଣସି ରହସ୍ୟମୟୀ ଝିଅ ଆସିନାହିଁ।

ଅଲି ଏବଂ ଜସମିନଙ୍କ ସମ୍ପର୍କ ବହୁ ପୁରୁଣା। ସେମାନେ ଭଲ ବନ୍ଧୁରୁ ଏବେ ଲଭ୍ ପାର୍ଟନର। ବିଗ୍ ବସ୍ ୧୪ରେ ଦୁହେଁ ଦୁହିଁଙ୍କ ପ୍ରେମକୁ ଅନୁଭବ କଲେ। ପାଞ୍ଚ ବର୍ଷ ଡେଟ୍ କରିବା ପରେ, ଦୁହେଁ ଲିଭ୍ ଇନ୍ ରେ ରହିବାକୁ ନିଷ୍ପତ୍ତି ନେଲେ। ଅଲି ଜାସମିନ୍ ସହିତ ରହିବା ନିଷ୍ପତ୍ତିକୁ ଜୀବନର ଏକ ବଡ଼ ନିଷ୍ପତ୍ତି ବୋଲି କହିଥିଲେ। ଉଭୟ ୨୦୧୮ରେ ମୁମ୍ବାଇରେ ପ୍ରଥମ ଥର ପାଇଁ ଦେଖା ହୋଇଥିଲେ। ସେମାନଙ୍କୁ ଏକାଠି 'ଖତରୋଁ କେ ଖିଲାଡି-୯' ରେ ମଧ୍ୟ ଦେଖିବାକୁ ମିଳିଥିଲା। ଦୁହେଁ ପ୍ରେମରେ କେବେବି ବାଧକ ସାଜିନି ଧର୍ମ।