ମୁମ୍ୱାଇ ୦୬।୦୬: ଫିଲ୍ମ ‘କାଲା ହିରଣ’କୁ ନେଇ ବିବାଦ ଲାଗି ରହିଛି । ଏଥିରେ ସାମିଲ ହୋଇଛନ୍ତି ସଲମାନ ଖାନ୍ଙ୍କ ପୂର୍ବତନ ପ୍ରେମିକା ସୋମି ଅଲି । ଫିଲ୍ମର ପ୍ରଯୋଜକ ଅମିତ ଜାନୀଙ୍କ ସମର୍ଥନରେ ସେ ଆଗକୁ ଆସିଛନ୍ତି । ଫିଲ୍ମ ନିର୍ମାତାଙ୍କୁ ସଲମାନଙ୍କ ତରଫରୁ ନୋଟିସ୍ ଯିବା ପରେ ଅମିତ ଜାନୀ ଦାବି କରିଛନ୍ତି, ତାଙ୍କୁ ହତ୍ୟା ଧମକ ମିଳୁଛି।

ଏ ମାମଲାରେ ସୋମି ଅଲି ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଅମିତ ଜାନୀଙ୍କୁ ଯେ କୌଣସି ବିଷୟରେ ଫିଲ୍ମ ନିର୍ମାଣର ପୂରା ଅଧିକାର ଅଛି । କେବଳ ଦୋଷୀମାନେ ହିଁ ଲୁଚନ୍ତି ଏବଂ ଅନ୍ୟକୁ ଧମକ ଦିଅନ୍ତି । ଏହା ପୂର୍ବରୁ ଅମିତ ଜାନୀ ଏକ ଭିଡିଓ ଜାରି କରି ସଲମାନଙ୍କ ନୋଟିସ୍କୁ ଚିରିଦେଇଥିଲେ । ସୂଚନାଯୋଗ୍ୟ, ସଲମାନଙ୍କ ଆଇନଗତ ପ୍ରତିନିଧିମାନେ ଫିଲ୍ମ ‘କାଲା ହିରଣ’ର ନିର୍ମାତାଙ୍କୁ ଏକ ନୋଟିସ୍ ପଠାଇଥିଲେ ।

ଏଥିରେ ଅଭିଯୋଗ ହୋଇଥିଲା, ଫିଲ୍ମ ସଲମାନ ଖାନ୍‌ ବ୍ୟକ୍ତିତ୍ୱ ଅଧିକାରର ଗମ୍ଭୀର ଉଲ୍ଲଂଘନ କରିଛି । ସଲମାନଙ୍କ ସହ ଜଡ଼ିତ କଳା ହରିଣ ଶିକାର ମାମଲା ଉପରେ ଆଧାରିତ ଫିଲ୍ମ ‘କାଲା ହିରଣ’ର ପୋଷ୍ଟର୍ ଗତ ଶୁକ୍ରବାର ଜାରି ହୋଇଥିଲା । ଏହାର ଫର୍ଷ୍ଟ ଲୁକ୍ ଓ ଟିଜର୍ ଆସନ୍ତା ୨୦ ତାରିଖରେ ଜାରି ହେବ ବୋଲି ଘୋଷଣା ହୋଇଥିଲା । ଫିଲ୍ମରେ ମୁଖ୍ୟ ଭୂମିକାରେ କିଏ ରହିବେ, ସେ ବିଷୟରେ ସୂଚନା ମିଳିନଥିଲା । ପୋଷ୍ଟରରେ ଯେଉଁ ଅଭିନେତା ଅଛନ୍ତି, ସେ ପରିଚିଚ ଚେହେରା ନୁହଁନ୍ତି ।

Also Read-ସାହିଦ କପୁରଙ୍କ ଅଭିନୀତ ଫିଲ୍ମ ‘କକଟେଲ୍-୨’ ଟ୍ରେଲର୍ ଆଉଟ୍, ଏହି ଦିନ ରିଲିଜ ହେବ ଫିଲ୍ମ