ଭୁବନେଶ୍ବର ୧୧।୨: ଆସନ୍ତା ୧୬ ତାରିଖରେ ବସିବ ସର୍ବଦଳୀୟ ବୈଠକ । ବିଧାନସଭା ବଜେଟ୍ ଅଧିବେଶନ ପାଇଁ ବସିବ ବୈଠକ । ଦିନ ୧୧.୩୦ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ । ଆସନ୍ତା ୧୭ ତାରିଖରେ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ ।

ଏ ଖବର ବି ପଢ଼ନ୍ତୁ:- ଘରେ ତାଲା ପକାଇ ଯାତ୍ରା ଦେଖିବାକୁ ଯାଇଥିଲେ ପୂରା ପରିବାର, କଳାକନା ବୁଲାଇଦେଲେ ଚୋର

ସୂଚନାଯୋଗ୍ୟ ଯେ, ଫେବ୍ରୁଆରୀ ୧୭ରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ । ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ରାଜ୍ୟ ବଜେଟ୍ ଆଗତ କରିବେ । ବଜେଟ୍ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ ଓ ଏଥିରେ ମୋଟ୍ ୨୮ଟି କାର୍ଯ୍ୟଦିବସ ରହିବ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃୟାରୀ ୧୭ ତାରିଖରୁ ୨୪ ତାରିଖ ଯାଏଁ ଚାଲିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ ତାରିଖରୁ ଏପ୍ରିଲ ୮ ତାରିଖ ଯାଏଁ ଚାଲିବ ।

ଏ ଖବର ବି ପଢ଼ନ୍ତୁ:- ପୋଲିସ ପରିଚୟରେ ବ୍ଲାକ୍‌ମେଲିଂ, ଆଦାୟ କରୁଥିଲା ମୋଟା ଅଙ୍କର ଟଙ୍କା