ଭୁବନେଶ୍ୱର ୧୭।୧୧ : ବୁଧବାରଠାରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ। ଏହା ପୂର୍ବରୁ ମଙ୍ଗଳବାର ବସିବ ସର୍ବଦଳୀୟ ବୈଠକ। ଗୃହକାର୍ଯ୍ୟକୁ ସୁରୁଖୁରୁରେ ପରିଚାଳନା କରିବା ଲକ୍ଷ୍ୟରେ ବାଚସ୍ପତି ଡାକିଛନ୍ତି ଏହି ବୈଠକ।

ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବ ଏହି ଅଧିବେଶନ। ପ୍ରଥମ ଦିନରେ ଗୃହରେ ଆଗତ ହେବ ୨୦୨୬-୨୭ ବର୍ଷର ଅତିରିକ୍ତ ବଜେଟ। ଦୀର୍ଘ ସମୟ ଧରି ଅଧିବେଶନ ଚାଲିବାକୁ ଥିବାରୁ ଶାସକ ଓ ବିରୋଧୀ ଉଭୟଙ୍କ ପାଇଁ ରହିଛି ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ। ମଙ୍ଗଳବାର ଦିନ ୧୧ଟାରେ ବିଧାନସଭାରେ ବାଚସ୍ପତିଙ୍କ କାର୍ଯ୍ୟାଳୟରେ ବସିବ ଏହି ବୈଠକ। ସବୁ ଦଳର ମତାମତ ଶୁଣିବା ସହ ଗୃହକାର୍ଯ୍ୟ ସ୍ୱାଭାବିକ ଭାବେ ଚଳାଇବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିବେ ବାଚସ୍ପତି।

Also Read:-ଲକ୍ଷେକୁ ଖସିଲା ସୁନା ରେଟ୍ ! ରୁପା ବି ରାତାରାତି ହୋଇଗଲା ଶସ୍ତା : ଶୀଘ୍ର କିଣି ଆଣନ୍ତୁ

ଅନ୍ୟପଟେ ବିରୋଧୀଙ୍କ ହାତରେ ରହିଛି ଅନେକ ପ୍ରସଙ୍ଗ। ଏହାକୁ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଶାସକ ଦଳ ମଧ୍ୟ ନିଜ ପକ୍ଷ ରଖିବାକୁ ପ୍ରସ୍ତୁତ ହେଉଛି।ତେଣୁ ଏଥର ଶୀତ ଅଧିବେଶନ କେତେ ସୁରୁଖୁରୁରେ ଚାଲିବ, ବିରୋଧୀଙ୍କ ପ୍ରସଙ୍ଗକୁ ନେଇ ଗୃହରେ କିଭଳି ଆଲୋଚନା ହେବ ଏବଂ ଗୃହକାର୍ଯ୍ୟ ପରିଚାଳନାରେ ବାଚସ୍ପତିଙ୍କ ଆଭିମୁଖ୍ୟ କ'ଣ ରହିବ, ତା' ଉପରେ ରହିଛି ସମସ୍ତଙ୍କ ନଜର।