ନୂଆଦିଲ୍ଲୀ: ଚଳିତ ମାସ ୨୫ ଏବଂ ୨୬ ତାରିଖରେ ସାରା ଦେଶରେ ଏସବିଆଇ କର୍ମଚାରୀମାନେ ଧର୍ମଘଟ ଡାକରା ଦେଇଥିଲେ । ଅଲ ଇଣ୍ଡିଆ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଷ୍ଟାଫ୍ ଫେଡେରେସନ, ୧୬ ଦଫା ଦାବି ନେଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲା। ତେବେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ସଫଳ ହେବା ଯୋଗୁ ପ୍ରସ୍ତାବିତ ଧର୍ମଘଟକୁ ସଂଘ ସ୍ଥଗିତ ରଖିଛି। ଫଳରେ ଗ୍ରାହକମାନେ ସୋମବାର ଏବଂ ମଙ୍ଗଳବାର ବ୍ୟାଙ୍କ ସେବାରେ କୌଣସି ସମସ୍ୟା ସାମ୍ନା କରିବେ ନାହିଁ। ସ୍ୱାଭାବିକ ଭାବେ ଗ୍ରାହକ ସେବା ଉପଲବ୍ଧ ବୋଲି ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

କର୍ମଚାରୀଙ୍କ ଅଧିକାର ରକ୍ଷା, କାମ କରିବା ସ୍ଥିତିକୁ ଉନ୍ନତ କରିବା ଏବଂ ଗ୍ରାହକଙ୍କ ହିତକୁ ଧ୍ୟାନରେ ରଖି ଏହି ଧର୍ମଘଟ ଡାକରା ଦିଆଯାଇଥିଲା। ବିଶେଷ କରି କିରାଣୀ ଏବଂ ଅନ୍ୟ ବର୍ଗର କର୍ମଚାରୀ ଏହି ଧର୍ମଘଟରେ ସାମିଲ ଯୋଜନା ଥିଲା । ଫଳରେ ଚେକ୍ କ୍ଲିୟରିଂ, କ୍ୟାସ୍ କାଉଣ୍ଟର ଏବଂ ପାସବୁକ ଅପଡେଟ ଭଳି ସମସ୍ୟା ନେଇ ଆଶଙ୍କା ରହିଥିଲା । ହେଲେ ଏହି ଆଶଙ୍କା ଏବେ ଟଳିଛି। ୨୩ରେ ୪ର୍ଥ ଶନିବାର ଏବଂ ୨୪ରେ ରବିବାର , ୨୭ ମେ’ରେ ଦେଶର ଅଧିକାଂଶ ପ୍ରାନ୍ତରେ ଇଦ୍ ଯୋଗୁ ବ୍ୟାଙ୍କ ଛୁଟି ରହିବ। କିଛି ସ୍ଥାନରେ ମେ ୨୮ ମେ’ରେ ଏହି ଛୁଟି ରହିବ ।

Also Read: ଜୁନ ୧ରୁ କାର୍ ଦାମ୍ ବଢ଼ାଇବ ମାରୁତି ସୁଜୁକୀ, ୩୦ ହଜାର ଟଙ୍କା ଯାଏ କରିବାକୁ ପଡ଼ିପାରେ ଖର୍ଚ୍ଚ