ଭୁବନେଶ୍ୱର ୨୦।୦୪ : ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ। ବିଧିବଦ୍ଧ ନୀକାନ୍ତି ସହ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ବଡଦାଣ୍ଡରେ ରଥଖଳାରେ ରଥ ନିର୍ମାଣ କାମର ଶୁଭାରମ୍ଭ ହେବ ।

ସେହିପରି ଆଜି ଅକ୍ଷୟ ତୃତୀୟା ଠାରୁ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ମଧ୍ୟ ଆରମ୍ଭ ହେବ । ଏଥିପାଇଁ ନରେନ୍ଦ୍ର ପୁଷ୍କରିଣୀ ସଜେଇ ହୋଇଥିବା ବେଳେ ମଦନମୋହନଙ୍କ ଆଗମନକୁ ଅପେକ୍ଷା କରିଛନ୍ତି ଚାପ ଡଙ୍ଗା ନନ୍ଦା ଓ ଭଦ୍ରା। ଚନ୍ଦନ ଯାତ୍ରା ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Also Read:-ତତଲା ଖରାରୁ ମିଳିବନି ତ୍ରାହି, ମାସେ ଯାଏଁ ଏମିତି କରିବ କଲବଲ

ସୁରକ୍ଷା ଦୃଷ୍ଟିରୁ ପୋଲିସ ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଚନ୍ଦନ ଚାପକୁ ଶୃଙ୍ଖଳିତ କରିବା ପାଇଁ ୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ଜଣେ ଅତିରିକ୍ତ ଏସପି, ୫ ଡିଏସପି, ୮ ଇନ୍ସପେକ୍ଟରଙ୍କ ଓ ୨୦ ଜଣ ସବ୍ ଇନ୍ସପେକ୍ଟର ଦାୟିତ୍ବରେ ରହିବେ। ଚନ୍ଦନ ଯାତ୍ରାରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାମକୃଷ୍ଣ, ମଦନମୋହନ, ଶ୍ରୀଦେବୀ, ଭୂଦେବୀଙ୍କ ସମେତ ପଞ୍ଚୁପାଣ୍ଡବ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ବ୍ୟାପି ନୌକାବିହାର ବା ଜଳକ୍ରୀଡା କରିବେ।