ମୁମ୍ବାଇ : ବଲିଉଡରେ ପୁଣି ଥରେ ଆକ୍ସନ୍ ଓ ରୋମାଞ୍ଚର ଧମାକା ଦେଖିବାକୁ ପାଇବେ ଦର୍ଶକ । ବଲିଉଡର ଦୁଇ ଦମଦାର ଅଭିନେତାଙ୍କ ମଧ୍ୟରେ ହେବାକୁ ଯାଉଛି ଜୋରଦାର ଟକ୍କର। ଗତକାଲି ଅକ୍ଷୟ କୁମାର ଓ ସୈଫ ଅଲୀ ଖାନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ହୈୱାନ’ର ଥ୍ରୀଲର ଟ୍ରେଲର ରିଲିଜ୍ ହୋଇଛି। ଟ୍ରେଲରରେ ଦୁଇ ଷ୍ଟାରଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଜବରଦସ୍ତ ମୁକାବିଲା। ତେବେ ଏହି ଲଢ଼େଇରେ କିଏ ‘ଖିଲାଡ଼ି’, ଆଉ କିଏ ‘ଅନାଡ଼ି’ ତାକୁ ନେଇ ରହିଛି ସସ୍ପେନ୍ସ । ଫିଲ୍ମର ଟ୍ରେଲର ଏବେ ଦର୍ଶକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଦେଇଛି।

ରିଲିଜ୍ ହୋଇଥିବା ଟ୍ରେଲରରେ ଅକ୍ଷୟ କୁମାରଙ୍କୁ ଏକ ଦମଦାର ଓ ଆକ୍ସନ୍ଭରା ଅବତାରରେ ଦେଖିବାକୁ ମିଳୁଛି। ଅନ୍ୟପଟେ ସୈଫ ଅଲୀ ଖାନଙ୍କ ଚରିତ୍ର ମଧ୍ୟ ଖୁବ୍ ଶକ୍ତିଶାଳୀ ରହିଛି । ଦୁଇ ଅଭିନେତାଙ୍କ ମଧ୍ୟରେ ଥିବା ଟକ୍କର ହିଁ ଟ୍ରେଲରର ସବୁଠାରୁ ବଡ଼ ଆକର୍ଷଣ ପାଲଟିଛି। ଫିଲ୍ମରେ ଆକ୍ସନ୍ ସହିତ ଥ୍ରିଲ୍ ଓ ଡ୍ରାମାର ମଧ୍ୟ ଭରପୂର ମସଲା ରହିଛି। ଟ୍ରେଲରର କିଛି ଦୃଶ୍ୟ ଦେଖିଲେ ଲାଗୁଛି, କାହାଣୀରେ ଦୁଇ ଚରିତ୍ରଙ୍କ ମଧ୍ୟରେ ଏକ ବଡ଼ ସଂଘର୍ଷ ରହିଛି। ଏହି ଟକ୍କର ଫିଲ୍ମର କାହାଣୀକୁ କେଉଁ ଦିଗକୁ ନେବ, ତାହା ଜାଣିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।

ଅକ୍ଷୟ କୁମାରଙ୍କ ଆକ୍ସନ୍ ଅବତାର ଓ ସୈଫ ଅଲୀ ଖାନଙ୍କ ଲୁକ୍ ଟ୍ରେଲରକୁ ଆହୁରି ଜବରଦସ୍ତ କରିଛି। ସୋସିଆଲ ମିଡିଆରେ ମଧ୍ୟ ଟ୍ରେଲରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ଫିଲ୍ମରେ ପ୍ରକୃତ ଖିଲାଡ଼ି କିଏ ଏବଂ ଅନାଡ଼ି କିଏ, ତାହା ଜାଣିବା ପାଇଁ ଦର୍ଶକଙ୍କୁ ଫିଲ୍ମ ରିଲିଜ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଦୁଇ ବଡ଼ ଷ୍ଟାରଙ୍କ ଏହି ମୁକାବିଲା ବକ୍ସ ଅଫିସ୍ରେ କେତେ ବଡ଼ ଧମାକା କରିବ, ଏବେ ତାହା ଉପରେ ସମସ୍ତଙ୍କ ନଜର।