ନୂଆଦିଲ୍ଲୀ: ଆନାଉନ୍ସମେଣ୍ଟ ପରଠୁ ବିବାଦ ଘେରରେ ଅଜୟ ଦେବଗନଙ୍କ ନୂଆ ଫିଲ୍ମ 'ଚୌହାନ'। ଫିଲ୍ମ ଆସନ୍ତା ବର୍ଷ ଅକ୍ଟୋବରରେ ରିଲିଜ ହେବାକୁ ଥିବା ବେଳେ, ଏହାର ଆନାଉନ୍ସମେଣ୍ଟକୁ ନେଇ ବିବାଦ ଦେଖାଦେଇଛି। ଏହି ଫିଲ୍ମରେ ଅଜୟ ଜଣେ ଆର୍ମି ଅଫିସର ଭୂମିକାରେ ଅଭିନୟ କରିଛନ୍ତି, ଯିଏ କାଶ୍ମୀରରେ ପଥରମାଡ଼ କରୁଥିବା ଲୋକଙ୍କୁ କଡ଼ା ଜବାବ ଦେବାକୁ ଯାଉଛନ୍ତି। ହେଲେ ଫିଲ୍ମର କାହାଣୀକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଶ୍ରୀନଗରର ସାଂସଦ ଏବଂ ଏକ କ୍ଷତ୍ରିୟ ସଂଗଠନ ଏହାକୁ ନେଇ ଆପତ୍ତି ପ୍ରକାଶ କରିଛନ୍ତି।

ବଲିଉଡର OG ଆକ୍ସନ ଷ୍ଟାର ଅଜୟ ଦେବଗନଙ୍କ ନୂଆ ଫିଲ୍ମ 'ଚୌହାନ' ଏହାର ଆନାଉନ୍ସମେଣ୍ଟ ପରଠୁ ବିବାଦରେ। ନିକଟରେ ଫିଲ୍ମର ନିର୍ମାତା 'ଚୌହାନ'ର ଏକ ଆନାଉନ୍ସମେଣ୍ଟ ଭିଡିଓ ସେୟାର କରିଛନ୍ତି, । ଯେଉଁଥିରେ ଅଜୟ ଦେବଗନ୍ ଜଣେ ଆର୍ମି ଅଫିସର ଭୂମିକାରେ ନଜର ଆସୁଛନ୍ତି। ଏହି ଅଫିସରଙ୍କ ନାଁ ହିଁ ଚୌହାନ। ଭିଡିଓରେ ବର୍ତ୍ତମାନ ଯୁଗର ଲୋକପ୍ରିୟ ଏବଂ ହିରୋ- ଏଲିଭେସନ ଶୈଳୀର ବ୍ୟବହାର କରାଯାଇଛି। ଯାହା ଅଜୟଙ୍କ ଫ୍ୟାନ୍ସଙ୍କୁ ବେଶ୍ ଉତ୍ସାହିତ କରିଛି। ମାତ୍ର 'ଚୌହାନ'ରେ କାଶ୍ମୀରରେ ପୋଷ୍ଟିଙ୍ଗ୍ ହୋଇଥିବା ଅଜୟଙ୍କ ଆର୍ମି ଅଫିସର ଚରିତ୍ର ଯାହା କରୁଥିବାର ଦେଖାଯାଉଛି। ତାହାକୁ ନେଇ ତୀବ୍ର ବିବାଦ ସୃଷ୍ଟି ହୋଇଛି।

କାଶ୍ମୀର ହିଂସାରେ ଭାଗ ନେବାକୁ ପ୍ରସ୍ତୁତ ଚୌହାନ

'ଚୌହାନ'ର ଆନାଉନ୍ସମେଣ୍ଟ ଭିଡିଓର ଆରମ୍ଭ, ମହମ୍ମଦ ଜିଶାନ ଆୟୁବଙ୍କ ଏହି ପ୍ରଶ୍ନରୁ ହେଉଛି ଯେ- "ଛକ ଉପରେ ୩୦୦ ପିଲା ଥିଲେ, ଘରକୁ କେବଳ ୨୭୦ ଜଣ ପହଞ୍ଚିଲେ। ୩୦ ଜଣ ପିଲା କମିଗଲେ।" ଏହାର ଜବାବରେ ଚୌହାନ କହୁଛନ୍ତି,"ଭୁଲ୍ ଆମର ନୁହେଁ, ଅର୍ଡର ଉପରୁ ଆସିଥିଲା।"

Also Read: Jailer-2ର ରିଲିଜ୍ ତାରିଖ ଘୋଷଣା, ପୁଣି ଧମାଲ କରିବେ ରଜନୀକାନ୍ତ

ଏହା ପରେ ଭିଡିଓରେ ପଥରମାଡ଼ କରୁଥିବା ପିଲାମାନଙ୍କର ଏକ ଭିଡ଼ ଦେଖିବାକୁ ମିଳୁଛି। ଅଜୟଙ୍କ ଚରିତ୍ର ଏହି ଭିଡ଼ର ଜବାବ ଦେବା ପାଇଁ ଲୁହ ବୁହା ଗ୍ୟାସ, ୱାଟର କ୍ୟାନନ (ପାଣି ମାଡ଼) ଏବଂ ପେଲେଟ୍ ଗନ୍କୁ 'ଲିମିଟେଡ୍ ଡ୍ୟାମେଜ୍' (ସୀମିତ କ୍ଷତି) ବୋଲି କହୁଛି। ଆହୁରି ମଧ୍ୟ ପଥରମାଡ଼ର ଜବାବ ଦେବାରେ ସବୁଠାରୁ ସଫଳ ଜିନିଷ କ’ଣ ? ତାହାର ସୂଚନା ଏହି ଟିଜର କିଛି ଏଭଳି ଭାବେ ଦେଉଛି— ଅଜୟଙ୍କ ଚରିତ୍ର ନିଜ ମୁହଁରେ ଏକ 'ଡେଭିଲ୍' (ରାକ୍ଷସ) ମାସ୍କ ପିନ୍ଧି, ଘଣ୍ଟାକୁ ପକେଟରେ ରଖି ଆକ୍ସନ ପାଇଁ ପ୍ରସ୍ତୁତ ହେଉଛି।

ବ୍ୟାକଗ୍ରାଉଣ୍ଡରେ ଅମିତାଭ ବଚ୍ଚନଙ୍କ ଆଇକନିକ ଗୀତ 'ଜୁମ୍ମା ଚୁମ୍ମା' ବାଜୁଛି ଏବଂ ଶେଷରେ ଏକ ଡାଇଲଗ ରହିଛି, "ପଠାନମାନଙ୍କୁ କହିଦିଅ ଚୌହାନ ଆସୁଛି।" ଟିଜର ସମ୍ପୂର୍ଣ୍ଣ ଭାବରେ ଏହି ପଥର ମାଡ଼ କରୁଥିବା ବ୍ୟକ୍ତିଙ୍କୁ ପାନେ ଦେଉଥିବା 'ଚୌହାନ' ଚରିତ୍ରକୁ ଏକ ମାସ ଷ୍ଟାଇଲରେ ସେଲିବ୍ରେଟ୍ କରୁଛି।

ଚୌହାନକୁ ନେଇ କାହିଁକି ସୃଷ୍ଟି ହେଲା ବିବାଦ ?

ଅଜୟଙ୍କ ଫିଲ୍ମର ଆନାଉନ୍ସମେଣ୍ଟ ଭିଡିଓକୁ ନେଇ ଦୁଇଟି କାରଣରୁ ବିବାଦ ଦେଖାଦେଇଛି— କାଶ୍ମୀରର ଚିତ୍ରକୁ ଷ୍ଟେରିଓଟାଇପ୍ (ଏକପାଖିଆ ଭାବେ ଉପସ୍ଥାପନ) କରିବା ଏବଂ ରାଜପୁତ ଇତିହାସକୁ କେବଳ ହିଂସା ସହିତ ଯୋଡ଼ି ଦେଖିବା।

Also Read: କ୍ରିତିଙ୍କ ସମ୍ପର୍କରେ ପଡ଼ିଲା କି ପୂର୍ଣ୍ଣଚ୍ଛେଦ ? ମିଷ୍ଟ୍ରି ଗର୍ଲଙ୍କ ସହ କବୀରଙ୍କ ଫଟୋ ଭାଇରାଲ ପରେ ଚର୍ଚ୍ଚା ଜୋର

'ଚୌହାନ'ର ଆନାଉନ୍ସମେଣ୍ଟ ଭିଡିଓ ଆସିବା ପରେ ସୋସିଆଲ ମିଡିଆରେ ଅନେକ ୟୁଜର୍ସ ଏଥିରେ ଦର୍ଶାଯାଇଥିବା କାଶ୍ମୀରର ଚିତ୍ରକୁ ନେଇ ଆପତ୍ତି ପ୍ରକାଶ କରିବା ଆରମ୍ଭ କରିଛନ୍ତି। ଏତିକି ନୁହେଁ, ଶ୍ରୀନଗର ସାଂସଦ ଆଗା ସୟଦ ଆଗା ରୁହୁଲ୍ଲା ମେହଦୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖି 'ଚୌହାନ'ର ସମାଲୋଚନା କରିଛନ୍ତି।

ଅଜୟଙ୍କ ଫିଲ୍ମରେ ଦେଖାଯାଉଥିବା କାଶ୍ମୀରର ଚିତ୍ରକୁ 'ଡିଷ୍ଟର୍ବିଙ୍ଗ୍' ବା ବିଚଳିତ କଲା ଭଳି ବୋଲି ଦର୍ଶାଇ ମେହଦୀ ଲେଖିଛନ୍ତି, "'ଚୌହାନ'ର ଟିଜର ପ୍ରତ୍ୟେକ କାଶ୍ମୀରୀଙ୍କୁ ଅତ୍ୟନ୍ତ ବିଚଳିତ କରୁଛି। ଯେଉଁମାନଙ୍କ ମନରେ ଆଜି ବି ସେହି ଘଟଣାଗୁଡ଼ିକ ଜୀବନ୍ତ ହୋଇରହିଛି। ଯେତେବେଳେ ପେଲେଟ୍ ଗନ୍ର ଯନ୍ତ୍ରଣା ଏବଂ କ୍ଷତିର ଏଭଳି ଏକ ପ୍ରତୀକ ପାଲଟିଥିଲା, ଯାହାର ଭରଣ କେବେବି ହୋଇପାରିବନି।’’