ଭୋଗରାଇ: ନ୍ୟୁଜ ୭ର ମହାପ୍ରଭାବ । ଅଘୋରି ନିଆଁରେ ପୋଡ଼ି ଯାଇଥିବା ଭକ୍ତ ପାଖରେ ପହଞ୍ଚିଲା ପ୍ରଶାସନ। ଟ୍ରଷ୍ଟ ବୋର୍ଡର ସଦସ୍ୟ ଓ ସ୍ୱାସ୍ଥ୍ୟ ଅଧିକାରୀ ଯାଇ ଦୁଇ ଜଣ ଗୁରୁତର ଯୁବକଙ୍କୁ ୨୦ ହଜାର ଟଙ୍କା ଲେଖାଏ ଚେକ ପ୍ରଦାନ କରିଛନ୍ତି ।

ଚନ୍ଦନେଶ୍ୱର ଚଡକ ଯାତ୍ରାର ପାଟ ପର୍ବରେ ଅଘୋରି କଳାକାରଙ୍କ ନୃତ୍ୟ ପରିବେଷଣ ବେଳେ ଏଭଳି ଅଘଟଣ ଘଟିଥିଲା। କଳାକାରମାନେ ରାସ୍ତା ଉପରେ ପେଟ୍ରୋଲ ଢାଳି ତ୍ରିଶୂଳ ତିଆରି କରି ନିଆଁ ଲଗାଇ ଥିଲେ। ଆଉ ସେହି ନିଆଁରେ ୧୦ ରୁ ଉର୍ଦ୍ଧ୍ୱ ଭକ୍ତ ଜଳି ଯାଇଥିଲେ। ଯାହାକୁ ନେଇ ବଡ଼ ଅଘଟଣ ଘଟିଥିଲା।

Also Read- Crackdown on Gambling puri delanga: ପୁଲିସ ଭୟରେ ପୁରୁଷ ଶୂନ୍ୟ ହେଇଯାଉଛି ଗାଁ, ୪ ଦିନ ହେଲା ଅଶାନ୍ତି, ପହଞ୍ଚିଲେ ବିଧାୟକ

ଘଟଣାକୁ ୧୪ ଦିନ ବିତିବା ପରେ ଆହତ ଯୁବକମାନେ ମୁହଁ ଖୋଲିଥିଲେ। ମୁହଁ ଖୋଲିବା ପରେ ଗତକାଲି ଠାରୁ ଲଗାତାର ଭାବରେ ଏ ଖବର ସାମ୍ନାକୁ ଆଣିଥିଲା ନ୍ୟୁଜ 7 । ଆମର ଏହି ଖବର ବାଜିବା ପରେ ମନ୍ଦିରର ମୌରସି ତଥା ଟ୍ରଷ୍ଟ ବୋର୍ଡ ସଦସ୍ୟ ଓ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର କମଳାକାନ୍ତ ଜେନା ଦୁଇ ଯୁବକଙ୍କ ଘରେ ପହଞ୍ଚି ସେମାନଙ୍କ ହାଲଚାଲ ପଚାରି ବୁଝିଥିଲେ। ଏବଂ ୨୦ ହଜାର ଟଙ୍କା ଲେଖାଏ ଚେକ ପ୍ରଦାନ କରିଥିଲେ। କେବଳ ଓଡ଼ିଆ ଯୁବକଙ୍କ ପାଖରେ ପ୍ରଶାସନ ପହଂଚି ଥିବା ବେଳେ ବଙ୍ଗରେ ଯୋଉ ଭକ୍ତମାନେ ଆହତ ହୋଇଛନ୍ତି ସେମାନଙ୍କ ପାଇଁ ପ୍ରଶାସନ କେବେ ପଦକ୍ଷେପ ନେବ ତାକୁ ହିଁ ଅପେକ୍ଷା।