ଲାହସା: ତୀବ୍ବତରେ ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପ ଝଟକା ନେପାଳରେ ଉପୁଜିଥିବା ପ୍ରଳୟଙ୍କରୀ ବନ୍ୟାର ଠିକ୍ ଏକ ସପ୍ତାହ ପରେ ଆସିଛି। ଭୂମିକମ୍ପ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ତେବେ ଭୂମିକମ୍ପ ଯୋଗୁ ସେଭଳି କୌଣସି କ୍ଷୟକ୍ଷତି ଅଥବା ଧାନଜୀବନ ହାନୀର ସୂଚନା ଆସି ନାହିଁ। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓ ସାଇନ୍ସ (ଜିଏଫଜେଡ) ଅନୁସାରେ ଗୁରୁବାର ତୀବ୍ବତରେ ଅନୁଭୂତ ହୋଇଥିବା କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୫.୦। ଜିଏଫଜେଡ୍ ସୂଚନା ଅନୁସାରେ ଏହି ଭୂମିକମ୍ପର ଉତ୍ପତି ସ୍ଥଳ ଭୂ-ପୃଷ୍ଠରୁ ୧୦ କିଲୋମିଟର (୬.୨୧ ମାଇଲ) ଭୂଗର୍ ଥିଲା।

ଗତ ଅଗଷ୍ଟ ୨୬ ତାରିଖରେ ନେପାଳ ସୀମାବର୍ତ୍ତୀ ତୀବ୍ବତରେ ଗ୍ଲାସିୟର ଭୁଶୁଡିବାରୁ ଆସିଥିବା ବନ୍ୟାରେ ପାର୍ବତ୍ୟାଞ୍ଚଳର ଅନେକ ଜନବସତୀ ଓ ଘାଟିରେ ବିନାଶ ରଚିଥିଲା। ଏହି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟରେ ନେପାଳରେ ଏପର୍ଯନ୍ତ ୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪ହଜାରରୁ ଅଧିକ ଲୋକେ ନିଖୋଜ ଅଛନ୍ତି।ନେପାଳ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଲୋକ ବାହାଦୂର ଛେତ୍ରୀ ତୀବ୍ବତ-ନେପାଳ ସୀମାରୁ ଆସିଥିବା ବିନାଶକାରୀ ବନ୍ୟାରେ ପାଖାପାଖି ୧୦୦ ନେପାଳୀ ନାଗରିକ ନିଖୋଜ ଥିବା କହିଛନ୍ତି।