ମୁମ୍ବାଇ : ସାଉଥ୍ ଇଣ୍ଡଷ୍ଟ୍ରିରୁ ନେଇ ବଲିଉଡ୍ ଫିଲ୍ମ ପର୍ଯ୍ୟନ୍ତ, ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଭିନେତ୍ରୀ ମେହରିନ ପିରଜାଦା ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ରବିବାର ଦିନ ଏକ ବ୍ୟକ୍ତିଗତ ସମାରୋହରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଅଭିନେତ୍ରୀ ନିଜେ ନିଜ ବିବାହର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହା ପରେ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି।

କାହାକୁ ବିବାହ କରିଛନ୍ତି ମେହରିନ୍ :

ମେହରିନ ପିରଜାଦା ଆର୍ଶ ଔଲଖଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ହିମାଚଳପ୍ରଦେଶରେ ଉଭୟ ପୂରା ବ୍ୟକ୍ତିଗତ ବିବାହ କରିଛନ୍ତି। ଯେଉଁଠି କେବଳ ପରିବାର ଓ କିଛି ସଂପର୍କୀୟ ସାମିଲ୍ ହୋଇଥିଲେ। ମେହରିନ ପିରଜାଦା ଇନଷ୍ଟାଗ୍ରାମରେ ସେୟାର କରିଥିବା ଫଟୋରେ, ଖୁବ୍ ସୁନ୍ଦର ଦେଖାଯାଉଛନ୍ତି। ଖାସ୍ ଦିନରେ, ମେହରିନ ଏକ ସୁନ୍ଦର ଗୋଲାପୀ ଲେହେଙ୍ଗା ପିନ୍ଧିଥିଲେ। ତା ସହ ଭାରି ଓ ମ୍ୟାଚିଂ ଜ୍ୱେଲରୀ ସହ ନିଜ ଲୁକ୍ କୁ କମ୍ପ୍ଲିଟ୍ କରିଥିଲେ। ଆର୍ଶ ଔଲଖ ମଧ୍ୟ ମ୍ୟାଚ୍ କରି ଗୋଲାପୀ ଶେରୱାନି ପିନ୍ଧି ତାଙ୍କ ଲୁକକୁ ପରିପୂର୍ଣ୍ଣ କରିଥିଲେ।

ମେହରିନ ଏବଂ ଆର୍ଶ କ୍ୟାମେରା ସାମ୍ନାରେ ଅନେକ ରୋମାଣ୍ଟିକ ପୋଜ୍ ଦେଇଥିଲେ। ଯେଉଁଥିରେ, ଆର୍ଶ ତାଙ୍କ କନ୍ୟା ମେହରିନଙ୍କୁ ସ୍ନେହରେ ଚୁମ୍ବନ ଦେଉଥିବାର ବି ଦେଖିବାକୁ ମିଳୁଛି। ଏମିତି ରୋମାଣ୍ଟିକ୍ ବିବାହର ଫଟୋ ସେୟାର କରିବା ସମୟରେ, ମେହରିନ ର କ୍ୟାପସନରେ "26.04.26" ଲେଖିଛନ୍ତି ଏବଂ #ArshDiMehr ହ୍ୟାସଟ୍ୟାଗ୍ ମଧ୍ୟ ଦେଇଛନ୍ତି। ଏହି ବିବାହ ଫଟୋଗୁଡ଼ିକ ସେଆର ହେବା ମାତ୍ରେ, ସୋସିଆଲମିଡିଆ ପ୍ଲାଟଫର୍ମରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ସେଲିବ୍ରିଟିମାନେ ନୂଆ ଜୀବନ ଆରମ୍ଭ ନେଇ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଏହାରି ଭିତରେ ବିବାହକୁ ନେଇ ଏତେ ଚର୍ଚ୍ଚା କିନ୍ତୁ ମେହରିନଙ୍କ ସ୍ୱାମୀଙ୍କ ବିଷୟରେ କିଛି ସୂଚନା ଉପଲବ୍ଧ ନାବିଁ। ବିବାହ ପୂର୍ବରୁ ନିଜ ରିଲେସନସିପକୁ ଖୁବ୍ ସିକ୍ରେଟ ରଖିଥିଲେ ମେହରିନ୍।

Also Read- 'ଏକ ଦିନ'ର ଲଞ୍ଚ ଇଭେଣ୍ଟରେ କାହିଁକି କାନ୍ଦିଲେ ଆମିର ଖାନ? ସାର୍ଟରେ ପୋଛିଲେ ଲୁହ...ଭିଡିଓ ଭାଇରାଲ୍....