ମୁମ୍ୱାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ । ଏବେ ପୁଅ କ୍ୟାରିୟର ଗଢିବାରେ ବିଜି । କାରଣ ପୁଅ ଜୁନୈଦ ଖାନ ଖୁବ୍ ଶୀଘ୍ର "ଏକ ଦିନ" ଫିଲ୍ମରେ ନଜର ଆସିବେ । ରବିବାର ରାତିରେ ଫିଲ୍ମ ପାଇଁ ଏକ ସ୍ୱତନ୍ତ୍ର ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯାହାର ନାମ ଥିଲା "ଏକ ଦିନ କି ମେହଫିଲ"। ଏହି କାର୍ଯ୍ୟକ୍ରମରେ ଆମିର ଖାନ ତାଙ୍କ ପୁଅ ଜୁନୈଦଙ୍କ ସହିତ ଉପସ୍ଥିତ ଥିଲେ । କିନ୍ତୁ, ପ୍ରଦର୍ଶନ ସମୟରେ ହଠାତ୍ ଭାବପ୍ରବଣ ହୋଇଗଲେ ଆମିର ଖାନ । ଆଖିରେ ଆସିଯାଇଥିଲା ଲୁହ।

କାହିଁକି କାନ୍ଦିଲେ ଆମିର?

"ଏକ ଦିନ" ହେଉଛି ଜୁନୈଦଙ୍କ ତୃତୀୟ ଓ ଥିଏଟରରେ ମୁକ୍ତିଲାଭ କରିଥିବା ତାଙ୍କର ଦ୍ୱିତୀୟ ଫିଲ୍ମ । ତେବେ ପୁଅକୁ ସଫଳତାର ସିଡ଼ି ଚଢ଼ିବା ଦେଖି ଆମିର ଖାନ ବହୁତ ଖୁସି ହୋଇଥିଲେ । ଖାଲି ଖୁସି ନଥିଲେ ତ ନିଜକୁ ଗର୍ବିତ ଅନୁଭବ କରିଥିଲେ । ଜୁନୈଦଙ୍କ ଆଗାମୀ ଫିଲ୍ମ ପାଇଁ ସଂଗୀତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଦର୍ଶକଙ୍କ ସମ୍ମୁଖରେ ଭାବପ୍ରବଣ ହୋଇଗଲେ ଆମିର ।

 

ସେହି କାର୍ଯ୍ୟକ୍ରମରୁ ଆମିରଙ୍କ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏମିତି କାନ୍ଦିଥିଲେ ଯେ, ଲୁହକୁ ସେ ତାଙ୍କ କାହିଁକି କାନ୍ଦିଲେସାର୍ଟ ସାହାଯ୍ୟରେ ଲୁହ ପୋଛି ଦେଉଥିବାର ଦେଖିବାକୁ ମିଳିଥିଲା । ଏହି ସମୟରେ ଫିଲ୍ମର ଅଭିନେତ୍ରୀ ସାଇ ପଲ୍ଲବୀ ଓ ଆମିରଙ୍କ ପୁଅ ଜୁନୈଦ ତାଙ୍କୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରୁଥିଲେ ।

ସାଇ ପଲ୍ଲବୀଙ୍କ ପ୍ରଶଂସାରେ କ'ଣ କହିଥିଲେ ଆମିର ?

ସାଇ ପଲ୍ଲବୀ ଏହି କାର୍ଯ୍ୟକ୍ରମରେ ଫିଲ୍ମ ବିଷୟରେ ବହୁତ କିଛି କହିଥିଲେ । ସେ କହିଥିଲେ ଯେ ଏହା ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ, ତେଣୁ ସେ ବହୁତ ନର୍ଭସ ଅନୁଭବ କରୁଛନ୍ତି। ଆମିର ଖାନ ସାଇ ପଲ୍ଲବୀଙ୍କ ପ୍ରବଳ ପ୍ରଶଂସା କରିଥିଲେ। ଆମିର ଖାନ କହିଥିଲେ, "ମୋ ପାଇଁ, ସାଇ ପଲ୍ଲବୀ ବର୍ତ୍ତମାନ ଆମ ଦେଶର ସର୍ବୋତ୍ତମ ଅଭିନେତ୍ରୀ। ଜୁନୈଦ ବି ଭଲ କରୁଛନ୍ତି। ସେ ମୋ ପୁଅ, ତେଣୁ ମୁଁ ଅଧିକ କିଛି କହିପାରିବି ନାହିଁ।

Also Read....'ସେ ଅନ୍‌ପ୍ରଫେସନାଲ'! ସଲ୍ଲୁ ମିଆଁଙ୍କ ଅନ୍ ସେଟ୍ ବ୍ୟବହାର ନେଇ ଖୁଲ୍ଲାସା କଲେ କୋ-ଷ୍ଟାର

ଜୁନୈଦ ଏବଂ ସାଇଙ୍କ ଫିଲ୍ମ କେବେ ରିଲିଜ୍ ହେବ?

ଦକ୍ଷିଣ ତାରକା ସାଇ ପଲ୍ଲବୀ "ଏକ ଦିନ" ସହିତ ତାଙ୍କର ହିନ୍ଦୀ ଡେବ୍ୟୁ କରୁଛନ୍ତି। ସେ ଆମିର ଖାନଙ୍କ ପୁଅ ଜୁନୈଦ ଖାନଙ୍କ ସହିତ ମୁଖ୍ୟ ଭୂମିକାରେ ଦେଖାଯିବେ। ସୁନୀଲ ପାଣ୍ଡେ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଆମିର ଖାନ ଏହାକୁ ପ୍ରଯୋଜନା କରିଥିଲେ। ଏହା ଏକ ରୋମାଣ୍ଟିକ ଡ୍ରାମା ଫିଲ୍ମ, ଯାହା ୧ ମେ ୨୦୨୬ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଯୋଜନା ରହିଛି।